Dogs Killing Photograph: (OTV)
ନିର୍ବାଚନୀ ପ୍ରତିଶ୍ରୁତି ପାଳନ ପାଇଁ ଶହ ଶହ କୁକୁରଙ୍କୁ ହତ୍ୟା। ତେଲେଙ୍ଗାନାର ଜଗିତାଲ ଜିଲ୍ଲାରେ ପୁଣି ୩୦୦ କୁକୁରଙ୍କୁ ହତ୍ୟା କରାଯାଇଛି। ମାସେ ଭିତରେ ୯ ଶହ କୁକୁରଙ୍କୁ ହତ୍ୟା କରାଗଲାଣି। ଅମାନବୀୟ ଭାବେ ବିଷ ଇଞ୍ଜେକସନ ଦେଇ କୁକୁରଙ୍କୁ ମାରିଦିଆଯାଇଛି। ପୂର୍ବରୁ ଗୋଟିଏ ସପ୍ତାହ ଭିତରେ ୫ ଶହ କୁକୁରଙ୍କୁ ହତ୍ୟା କରାଯାଇଥିଲା।
ଏହି ଘଟଣାରେ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ସଚିବଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଏକ ସଂଗଠନ ପକ୍ଷରୁ ଥାନା ମାମଲା ରୁଜୁ କରାଯାଇଛି। ସ୍ଥାନୀୟ ଗ୍ରାମ ପଞ୍ଚାୟତ ନିର୍ବାଚନରେ ଅନେକ ପ୍ରାର୍ଥୀ ନିର୍ବାଚନ ଜିତିଲେ ମାଙ୍କଡ ଓ କୁକୁରଙ୍କ ଦୌରାତ୍ମ୍ୟରୁ ଲୋକଙ୍କୁ ତ୍ରାହି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଏହି ପ୍ରତିଶ୍ରୁତି ଆଧାରରେ ଏଭଳି କୁକୁର ହତ୍ୟା ପ୍ଲାନିଂ କରାଯାଇଛି ବୋଲି ପୋଲିସ ଜାଣିବାକୁ ପାଇଛି। କୁକୁରଙ୍କୁ ଇଞ୍ଜେକସନ ଦେବା ମାତ୍ରକେ କୁକୁର ବେହୋସ ହୋଇଯାଏ। ତାର କିଛି ସମୟ ଭିତରେ କୁକୁରର ମୃତ୍ୟୁ ହୋଇଥାଏ । କିଛି ଦିନ ତଳେ ଗୋଟିଏ ଦିନରେ ୧୦୦ଟି କୁକୁରଙ୍କ ମୃତଦେହ ମିଳିଥିଲା। ଶବ ବ୍ୟବଚ୍ଛେଦ ହେବା ପରେ ବିଷାକ୍ତ ଇଞ୍ଜେକସନ ହିଁ ମୃତ୍ୟୁର କାରଣ ବୋଲି ଜଣାପଡିଥିଲା।
ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାକୁ ପୁଣି ୩ଶହ କୁକୁରଙ୍କୁ ହତ୍ୟା
ଅମାନବୀୟ ଭାବେ ବିଷ ଇଞ୍ଜେକସନ ଦେଇ କୁକୁରଙ୍କୁ ମାରିଦେଲେ
ପୂର୍ବରୁ ୫୦୦ କୁକୁରଙ୍କୁ କରାଯାଇଥିଲା ହତ୍ୟା
ମାସେ ଭିତରେ ୯୦୦ କୁକୁରଙ୍କୁ କରାଗଲାଣି ହତ୍ୟା
ଚର୍ଚ୍ଚାରେ ତେଲେଙ୍ଗାନାର ଜଗିତାଲ ଜିଲ୍ଲାର ଏ ଘଟଣା
ସରପଞ୍ଚ ଓ ପଞ୍ଚାୟତ ସଚିବଙ୍କ ବିରୋଧରେ ମାମଲା ରୁଜୁ
ପଞ୍ଚାୟତ ନିର୍ବାଚନରେ ଜିତିଲେ କୁକୁରଙ୍କ ଦୌରାତ୍ମ୍ୟରୁ ମୁକ୍ତି ଦେବାକୁ ପ୍ରତିଶ୍ରୁତି
ପ୍ରତିଶ୍ରୁତି ଆଧାରରେ କୁକୁର ହତ୍ୟା ପ୍ଲାନିଂ କରାଯାଇଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/24/dogs-killing-2026-01-24-09-58-57.jpg)