Advertisment

Brutal Double Murder: ଯୁବକଙ୍କୁ ବିଭତ୍ସ ହତ୍ୟା, ମାରତୁଲ ମାଡ଼ରେ ମୁଣ୍ଡ ଦି’ଫାଳ

ଲୁହାରଡରେ ଗଡେଇ ତଡେଇ ପିଟିଲେ। ମାରତୁଲରେ ମୁଣ୍ଡକୁ ଛେଚିଲେ। ୭୨ ଘଣ୍ଟା ପରେ ବି ହତ୍ୟା ପଛର ରହସ୍ୟ ଖୋଲିପାରୁନି ପୋଲିସ। ହତ୍ୟାକାରୀଙ୍କୁ ଧରୁଛି ହେଲେ କାରଣ ଖୋଜିପାଉନି।

DOUBLE-MURDER

DOUBLE-MURDER Photograph: (OTV)

Advertisment

ପିଟିଲେ, ଛେଚିଲେ ଶେଷରେ ମାରି ଦେଲେ। ଦୁଇ ଯୁବକଙ୍କୁ ନିର୍ମମ ହତ୍ୟା କଲେ। ହେଲେ ବିଭତ୍ସ ହତ୍ୟାକାଣ୍ଡ ପଛର କାରଣ କଣ ? କାହିଁକି କଲବଲ କରି ଦୁଇଜଣଙ୍କୁ ମାରିଲେ ଦୁର୍ବୃର୍ତ୍ତ ? ଶତ୍ରୁତା ନା ଆଉ କିଛି ? କଟକ ଜିଲ୍ଲା ଟାଙ୍ଗୀ ନୀର୍ଗୁଣ୍ଡି ଡବଲ ମର୍ଡର ଘଟଣାକୁ ୭୨ ଘଣ୍ଟା ବିତିଛି। ହେଲେ ଏଯାଏ ହତ୍ୟାକାଣ୍ଡ ପଛର କାରଣ କଣ ତାହା ପାଉନି ପୋଲିସ। ଘଟଣାରେ ଯଦିଓ ୩ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ତେବେ କେଉଁ ଘଟଣାରେ ହତ୍ୟା କରାଯାଇଥିଲା ତାହା ପୋଲିସ ସ୍ପଷ୍ଟ କରିନାହିଁ । ଏହି ଘଟଣାରେ ଆହୁରି ୫ ଜଣଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି। ସେମାନଙ୍କୁ ଧରିବା ପାଇଁ ପୋଲିସ ୫ଟି ଟିମ୍ ବିଭିନ୍ନ ଜାଗାରେ ଛାନଭିନ କରୁଛି। ସମସ୍ତଙ୍କୁ ଧରା ଯିବା ପରେ ଘଟଣାର ପର୍ଦ୍ଧାଫାଶ ହେବ ବୋଲି ଚୌଦ୍ଵାର sdpo ସୂଚନା ଦେଇଛନ୍ତି। 

Advertisment

ମୃତ ୨ ଜଣ ଯୁବକ ହେଲେ ହରିଅନ୍ତା ପଞ୍ଚାୟତ ତେରୁଆଁ ଗ୍ରାମର ଏମ.ଡି ସୋହେବ ଅନ୍ୟ ଜଣେ ଚୌଦ୍ବାର ଅଞ୍ଚଳର ପ୍ରଶାନ୍ତ କୁମାର ଜେନା । ହତ୍ୟାକାଣ୍ଡ ପରେ ମୃତକଙ୍କ ସମ୍ପର୍କୀୟ ଟାଙ୍ଗୀ ଥାନରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାକୁ ଗୁରୁତର ସହ ନେଇ ଗ୍ୟାରେଜ ମାଲିକ ଦିଲ୍ଲୀପ କୁମାର ନାୟକଙ୍କୁ ଗ୍ୟାରେଜରୁ ଧରିଥିଲା। ପରେ ଚୌଦ୍ଵାର ଅଞ୍ଚଳରୁ ଜ୍ଞାନ ରଞ୍ଜନ ମହାନ୍ତି ଓ ସୋର ଅଞ୍ଚଳରୁ ମିଥୁନ କୁମାର ସିଂ କୁ ଗିରଫ କରିଛି। ସେମାନଙ୍କଠାରୁ ମିଳିଥିବା ତଥ୍ୟକୁ ଭିତ୍ତି କରି ପୋଲିସ ଛାନ୍ ଭିନ କରିଛି । ଖୁବ୍ ଶୀଘ୍ର ଅନ୍ୟ ଅପରାଧୀ ମାନଙ୍କୁ ଧରାଯିବ ବୋଲି ପୋଲିସ ସୂଚନା ଦେଇଛି। ସେପଟେ ଘଟଣାର ପର୍ଦ୍ଦାଫାଶ କେବେ ହେବ ତାକୁ ଅପେକ୍ଷା କରିଛନ୍ତି ସମ୍ପର୍କୀୟ। 

ପୁରା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ହୋଇଛି।

Advertisment
Double Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ