Advertisment

Toddler Assaulted in Deogarh: ଦେବଗଡ଼ରେ ଲଜ୍ଜା! ନାମଯଜ୍ଞ ଦେଖିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ଶିଶୁକନ୍ୟା

ଦେବଗଡ଼ରେ ଲଜ୍ଜା। ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଗତକାଲି ରାତିରେ ନାମଯଜ୍ଞ ଦେଖିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ନାବାଳିକା।

Rape

Rape Photograph: (OTV)

Advertisment

ଦେବଗଡ଼ରେ ଲଜ୍ଜା। ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଗତକାଲି ରାତିରେ ନାମଯଜ୍ଞ ଦେଖିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ନାବାଳିକା। ବାରକୋଟ ଥାନା ଅଂଚଳରେ ଘଟିଛି ଏ ଲଜ୍ଜାଜନକ ଘଟଣା। ଉଦିତ ପାତ୍ର ନାମକ ଯୁବକ ଶିଶୁଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। 

Advertisment

ଶିଶୁକନ୍ୟା ଚିତ୍କାର କରିବାରୁ ଅଭିଯୁକ୍ତକୁ ଧରି ନିସ୍ତୁକ ମାଡ଼ ମାରିଥିଲେ ଗ୍ରାମବାସୀ। ଗ୍ରାମବାସୀଙ୍କ ମାଡରେ ଉଦିତଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଘଟଣାସ୍ଥଳରୁ ଉଦ୍ଧାର କରି ଅଭିଯୁକ୍ତକୁ ଦେବଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। 

ଡାକ୍ତରଖାନାରେ ପୋଲିସ ହେପାଜତରେ ଅଭିଯୁକ୍ତ ରହିଛି। ପୋଲିସ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମକୁ ସୂଚନା ଦିଆଯାଇଛି। ଚିକିତ୍ସା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ।

Advertisment

ଦେବଗଡ଼ରେ ଲଜ୍ଜା !
୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ 
ବାରକୋଟ ଥାନା ଅଞ୍ଚଳର ଘଟଣା
ନାମଯଜ୍ଞ ଦେଖିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର 
ଅଭିଯୁକ୍ତ ଉଦିତ ପାତ୍ରକୁ ଧରି ନିସ୍ତୁକ ପିଟିଲେ ଲୋକ
ମାଡ଼ ଖାଇ ଆହତ ଅଭିଯୁକ୍ତ ଦେବଗଡ ଡାକ୍ତରଖାନାରେ ଭର୍ତ୍ତି
ଡାକ୍ତରଖାନାରେ ପୋଲିସ ହେପାଜତରେ ଅଭିଯୁକ୍ତ 

Minor Girl Rape Deogarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ