Hampi Rape and Murder Case Photograph: (OTV)
ବହୁଚର୍ଚ୍ଚିତ କର୍ଣ୍ଣାଟକ ହାମ୍ପି ଗଣଦୁଷ୍କର୍ମ ଓ ଓଡିଆ ଯୁବକଙ୍କୁ ହତ୍ୟା ମାମଲାରେ ଦୋଷୀଙ୍କୁ ଫାଶି ଦଣ୍ଡ। ମାମଲାରେ ୩ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି କର୍ଣ୍ଣାଟକ କୋପଲ୍ ସେସନ୍ କୋର୍ଟ। ମାମଲାକୁ ବିରଳରୁ ବିରଳତମ ଶ୍ରେଣୀରେ ରଖି ଫାଶି ଦଣ୍ଡାଦେଶ ଶୁଣା ଯାଇଛି।
ତିନି ଜଣ ଦୋଷୀ ହେଉଛନ୍ତି ମାଲେସା ଆଲିଆସ୍ ହାଣ୍ଡିମାଲା, ସାଇ ଏବଂ ଶରଣଆପ୍ପା। ଗତବର୍ଷ ମାର୍ଚ୍ଚ ୬ ତାରିଖରେ ୩ ପିଶାଚ ଏହି ନାରକୀୟ କାଣ୍ଡ ଘଟାଇଥିଲେ। ଇସ୍ରାଏଲ୍ ର ଜଣେ ମହିଳା ପର୍ଯ୍ୟଟକଙ୍କ ସହ ମୋଟ୍ ୫ ଜଣ ବୁଲିବାକୁ ଯାଇଥିଲେ।
ତୁଙ୍ଗଭଦ୍ରା କେନାଲ୍ ପାଖରେ ୨ ମହିଳାଙ୍କୁ ଗଣଦୁଷ୍କର୍ମ ସହ ସାଥୀରେ ୩ ଯୁବକଙ୍କୁ କେନାଲକୁ ଫିଙ୍ଗି ଦେଇଥିଲେ। ୨ ଯୁବକ କେନାଲରୁ ବାହାରି ଆସି ନିଜ ଜୀବନ ବଂଚାଇଥିଲେ। ତେବେ କେନାଲରେ ବୁଡ଼ି ଓଡ଼ିଆ ପର୍ଯ୍ୟଟକ ବିଭାସ କୁମାରଙ୍କ ମୃତ୍ୟୁ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/17/hampi-rape-and-murder-case-2026-02-17-10-14-55.jpg)