ED Raid Photograph: (OTV)
ବାଲି ମାଫିଆଙ୍କ ଉପରେ EDର ବଡ଼ ରେଡ୍। ଆଲମିରା ଭର୍ତ୍ତି ଟଙ୍କା ଗଣତି ପରେ ଅଢେଇ କୋଟି ଟଙ୍କା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ରାଜ୍ୟର ୨୫ଟି ସ୍ଥାନରେ ରେଡ୍ ପରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କୋଟି କୋଟି ମୂଲ୍ୟର ସମ୍ପତ୍ତି ସମ୍ପର୍କିତ କାଗଜପତ୍ର ଜବତ କରିଛି ଇଡି। ତା ସହ ଏକାଧିକ ବିଳାସପୂର୍ଣ୍ଣ ଗାଡି, ଚୋରା ମଦ କାରବାର ସମ୍ପର୍କରେ ମଧ୍ୟ ସୁରାକ ମିଳିଛି।
ଗଞ୍ଜାମରେ ବାଲି ଘାଟ ନିଲାମ ସହ ଜାଲ Y ଫର୍ମ ଜରିଆରେ ବର୍ଷ ବର୍ଷ ଧରି ବାଲି ଚାଲାଣ ହେଉଥିବା କଥା ସାମ୍ନାକୁ ଆସିଛି। ନିଲାମରେ ଯାଇଥିବା ସମସ୍ତ ବାଲିଘାଟକୁ ନେଇ ଚାଲିଛି ଖୋଳତାଡ଼। ରେଡ୍ ବେଳେ ପୁରା ସିଣ୍ଡିକେଟର ମାଷ୍ଟରମାଇଣ୍ଡ କୃପାସିନ୍ଧୁ ମୁଦୁଲି ବୋଲି ଜଣାପଡିଛି। ଏହାରି ଭିତରେ ଦୁଇଟି କ୍ରସର ଉପରେ ମଧ୍ୟ ରେଡ୍ କରିଛି ED ଟିମ୍।
ବାଲି ଚୋରାଚାଲାଣ ନେଇ ଚାଲିଥିବା ରେଡରୁ ଅଧିକ ସୁରାକ ପାଇବା ପରେ ଲିଙ୍କ ଖୋଜିବାକୁ ଏବେ ରାଜ୍ୟ ବାହାରକୁ ଯାଇଛି ଇଡି ଟିମ୍।...
ବାଲି ମାଫିଆଙ୍କ ଉପରେ EDର ବଡ଼ ରେଡ୍
ରାଜ୍ୟର ୨୫ଟି ସ୍ଥାନରେ ରେଡ୍, ବହୁ କୋଟିର ସମ୍ପତ୍ତି ଜବତ
ପୁରା ସିଣ୍ଡିକେଟର ମାଷ୍ଟରମାଇଣ୍ଡ କୃପାସିନ୍ଧୁ ମୁଦୁଲି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/17/ed-raid-2026-01-17-09-53-06.jpg)