Cyber Fraud Raid Photograph: (OTV)
ସାଇବର୍ ଠକେଇ ମାମଲାରେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ। ଯାଜପୁର ଧର୍ମଶାଳା ଥାନା ପୋବଳ ଗାଁ ରେ କଟକ କ୍ରାଇମବ୍ରାଞ୍ଚ ଟିମ ଓ ଧର୍ମଶାଳା ପୋଲିସର ମିଳିତ ଚଢ଼ାଉ ହୋଇଛି। ସାଇବର ଠକେଇ ମାମଲାରେ ଆର୍ଥିକ କାରବାର ନେଇ ପୋବଳ ଗାଁର ସରୋଜ ଜେନାଙ୍କ ଘରେ ଚଢ଼ାଉ କରାଯାଇଛି।
ପାଖାପାଖି ୨୦ଲକ୍ଷ ଟଙ୍କା ଜବତ ହେବା ସହ ମୁଖ୍ୟ ଅଭିଯୁକ୍ତ ସରୋଜଙ୍କ ସହ ଲିଙ୍କ ଥିବା ୩ ଜଣ ଙ୍କୁ କଟକ କ୍ରାଇମ ବ୍ରାଞ୍ଚ ଟିମ୍ ଉଠେଇ ନେଇଥିବା ସୂଚନା ମିଳିଛି। ଗତକାଲି ରାତି ୧୧ଟାରୁ ୩ଟା ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଥିବା କହିଛନ୍ତି ଧର୍ମଶାଳା ଥାନା ଅଧିକାରୀ। ସେପଟେ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସରୋଜ ଜେନା ଫେରାର ରହିଛି।
ସାଇବର୍ ଠକେଇରେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ
ଯାଜପୁର ଧର୍ମଶାଳା ଅଞ୍ଚଳରେ ଚଢ଼ାଉ
ମାମଲାରେ ମୁଖ୍ୟ ଅଭିଯୁକ୍ତ ସରୋଜ ଜେନାଙ୍କ ଘରେ ରେଡ୍
୨୦ଲକ୍ଷ ଟଙ୍କା ଜବତ, ଅଭିଯୁକ୍ତ ସରୋଜ ଫେରାର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/20/cyber-fraud-raid-2026-01-20-10-14-05.jpg)