Post Office Scam Photograph: (OTV)
ଡାକଘର ଜମାକାରୀଙ୍କ ଖାତାରୁ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ଅଭିଯୋଗ। ଟଙ୍କା କେମିତି ଫେରି ପାଇବା ଚିନ୍ତାରେ ଜମାକାରୀ। ଏମିତି ଦୃଶ୍ୟ ଦେଖିବା ପାଇଁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ବାଇଗଣ ବାଡ଼ିଆ ଫୋଷ୍ଟ ଅଫିସରେ।
ପାଖାପାଖି ୬ ଶହ ଜମାକାରୀଙ୍କ ବିଭିନ୍ନ ଯୋଜନାରେ ୧୫ ଶହରୁ ଅଧିକ ଖାତାରୁ ଦେଢ଼ କୋଟିରୁ ଅଧିକ ଟଙ୍କା ହଡ଼ପ କରି ପ୍ରମିତ ରଞ୍ଜନ ଘଡାଇ ନାମକ ପୋଷ୍ଟ ମାଷ୍ଟର ଫେରାର ହୋଇଥିବା ଜଣାପଡ଼ିଛି। ଜମାକାରୀଙ୍କୁ ବିଭିନ୍ନ ଆଳ ଦେଖାଇ କେତେବେଳେ ସାଧା କାଗଜରେ ତ କେତେବେଳେ ରସିଦରେ ଷ୍ଟାମ୍ପ ମାରି ଟଙ୍କା ଡିପୋଜିଟ୍ କରି ନେଉଥିଲେ।
ଲୋକେ ବି କେନ୍ଦ୍ର ସରକାରଙ୍କ ସଂସ୍ଥା ଏବଂ ଷ୍ଟାମ୍ପକୁ ବିଶ୍ୱାସ କରି ଟଙ୍କା ଜମା କରି ଦେଉଥିଲେ। ଏମିତିକି ଅନେକ ଜମାକାରୀଙ୍କ ଦସ୍ତଖତକୁ ଜାଲ କରି ତାଙ୍କ ଜମା ଖାତାରୁ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଏନେଇ ଜମାକାରୀ ମାନେ ବିଭିନ୍ନ ସ୍ଥାନରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ପାଇ ନଥିବା ଅଭିଯୋଗ କରିଛନ୍ତି।
ଯଦି ସରକାର ଏହାର ତଦନ୍ତ କରି ଜମାକାରୀଙ୍କ ଟଙ୍କା ଫେରସ୍ତ ସହିତ ପୋଷ୍ଟ ମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଆସନ୍ତା ସପ୍ତାହରେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି ଜମାକାରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/09/post-office-scam-2026-02-09-08-38-39.jpg)