Advertisment

10 Cow Mafia Members Arrested: ଖୋଲିବ ଗୋ-ମାଫିଆଙ୍କ ଲକର୍; ପୁଳା ପୁଳା ସୁନାଗହଣା, ୨୩ଟି ଦାମୀ ଗାଡ଼ି ସିଜ୍

ଗୋ-ମାଫିଆଙ୍କ ଖୋଲିବ ଲକର୍। ଭଦ୍ରକରୁ ମୟୂରଭଞ୍ଜ ଘନ ଘନ ରେଡ, ଯାଞ୍ଚ ଓ ତଲାସୀ ପରେ ଗିରଫ ହୋଇଛନ୍ତି ୧୦ ଗୋ ମାଫିଆ। ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦୁଝର ପୋଲିସ୍।

Cow Mafia

Cow Mafia Photograph: (OTV)

Advertisment

ଗୋ-ମାଫିଆଙ୍କ ଖୋଲିବ ଲକର୍। ଭଦ୍ରକରୁ ମୟୂରଭଞ୍ଜ ଘନ ଘନ ରେଡ, ଯାଞ୍ଚ ଓ ତଲାସୀ ପରେ ଗିରଫ ହୋଇଛନ୍ତି ୧୦ ଗୋ ମାଫିଆ। ଦୀର୍ଘ ଦିନ ଧରି ବେଆଇନ ଗୋରୁ ଚାଲାଣ ଓ ତସ୍କରୀ କରୁଥିବା ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦୁଝର ପୋଲିସ୍। 

Advertisment

ଏଥିରେ ରହିଛି ଏସବୁର ମୁଖ୍ୟ ଖଳନାୟକ ସେଖ୍ ତାଜୁଦ୍ଦିନ୍ ଓରଫ୍ ରାଜନ୍। ଭଦ୍ରକରୁ ଗିରଫ କରିବା ପରେ ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲା ସାରା ଚଢ଼ାଉ କରି ୧୦ ମାଫିଆଙ୍କୁ ବାନ୍ଧିଥିଲା ପୋଲିସ୍। ଗିରଫ ଅଭିଯୁକ୍ତଙ୍କ ୫୦ଟି ବ୍ୟାଙ୍କ ଆକାଉଣ୍ଟ ସହିତ ୨୦ରୁ ଉର୍ଦ୍ଧ୍ବ ଲକର୍ ଖୋଲାଯିବ। 

ବେଆଇନ ବେପାର କରି କେତେ ସମ୍ପତ୍ତି ଅର୍ଜିଛନ୍ତି, କେତେ ରଖିଛନ୍ତି ସେସବୁର ଯାଞ୍ଚ ହେବ। ଦୁଇ ଦିନ ତଳେ ୫ ଜିଲ୍ଲାର ଗୋମାଫିଆଙ୍କ ୪୬ଟି ଠିକଣାରେ ବଡ଼ ଧରଣର ରେଡ୍ କରିଥିଲା କେନ୍ଦୁଝର ପୋଲିସ। ଏଥିରେ ମାଫିଆଙ୍କ ଘର, ବ୍ୟାଙ୍କ ଜମା, ଜମିବାଡ଼ି ସହ ଅନ୍ୟାନ୍ୟ ସମ୍ପତ୍ତି ଜବତ କରିଥିଲା। 

Advertisment

ଚଢ଼ାଉ ସମୟରେ ୧୦ ଜଣ ଗୋମାଫିଆଙ୍କଠାରୁ ୧ କୋଟି ୫୨ଲକ୍ଷ ୮୨ ହଜାରରୁ ଅଧିକ କ୍ୟାସ୍ , ୧ କେଜି ୧୩୧ ଗ୍ରାମ୍ ସୁନା, ୩ କେଜି ୮୦ ଗ୍ରାମ୍ ରୁପା, ୨୩ଟି ଚାରି ଚକିଆ ଗାଡ଼ି, ୨୩ଟି ଦୁଇ ଚକିଆ ଦାମୀ ଗାଡ଼ି ଜବତ କରାଯାଇଛି।

ଗୋ-ମାଫିଆଙ୍କ ଖୋଲିବ ଲକର୍ 
ଭଦ୍ରକରୁ ମୟୂରଭଞ୍ଜ ଘନ ଘନ ରେଡ୍ 
୧୦ ଗୋ-ମାଫିଆ ଗିରଫ ପରେ କୋର୍ଟ ଚାଲାଣ 
ବେଆଇନ ଗୋରୁ ଚାଲାଣ ଓ ତସ୍କରୀ କରୁଥିଲେ 
ଖୋଲିବ ୫୦ ବ୍ୟାଙ୍କ ଆକାଉଣ୍ଟ, ୨୦ରୁ ଅଧିକ ଲକର୍ 
ବେଆଇନ ବେପାର କରି ସମ୍ପତ୍ତି ଅର୍ଜିଥିଲେ 
୧୦ ଗୋ-ମାଫିଆଙ୍କଠାରୁ ଦେଢ଼ କୋଟିରୁ ଅଧିକ ଜବତ

Advertisment

ଗୋ-ମାଫିଆଙ୍କ ଏତେ ସମ୍ପତ୍ତି!
ବେଆଇନ ବେପାର କରି ସମ୍ପତ୍ତି ଅର୍ଜିଛନ୍ତି 
ଗୋ-ମାଫିଆଙ୍କଠାରୁ ଦେଢ଼ କୋଟିରୁ ଅଧିକ ନଗଦ ଜବତ 
୧ କେଜିରୁ ଅଧିକ ସୁନା ବାହାରିଛି  
୩ କେଜିରୁ ଅଧିକ ରୁପା ଜବତ 
୨୩ଟି ଦାମୀ ଗାଡ଼ି ସିଜ୍  

Cow Smuggling cow smuggler raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ