Advertisment

ଅଧିକ ଭ୍ୟାକସିନ ଉତ୍ପାଦନ ଲାଗି ଅନ୍ୟ କମ୍ପାନୀଙ୍କୁ ଆମନ୍ତ୍ରଣ କରିବ ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ଭାରତରେ କରୋନା ପ୍ରଭାବ ଦିନକୁ ଦିନ ସ୍ଥିତିକୁ ଗୁରୁତର କରୁଛି । କିଛି ରାଜ୍ୟରେ ଏହାର ପ୍ରଭାବ କମୁଥିବା ବେଳେ ଓଡିଶା ପରି ଅନେକ ରାଜ୍ୟରେ ଏହା ନିୟନ୍ତ୍ରଣ ବାହାରେ । ଏପଟେ ଦେଶରେ ଭ୍ୟାକସିନର ଘୋର ଅଭାବ ।…

ଅଦ୍ୟତନ ହୋଇଛି
ଅଧିକ ଭ୍ୟାକସିନ ଉତ୍ପାଦନ ଲାଗି ଅନ୍ୟ କମ୍ପାନୀଙ୍କୁ ଆମନ୍ତ୍ରଣ କରିବ ଭାରତ ବାୟୋଟେକ୍

covaccine

Advertisment

ନୂଆଦିଲ୍ଲୀ: ଭାରତରେ କରୋନା ପ୍ରଭାବ ଦିନକୁ ଦିନ ସ୍ଥିତିକୁ ଗୁରୁତର କରୁଛି । କିଛି ରାଜ୍ୟରେ ଏହାର ପ୍ରଭାବ କମୁଥିବା ବେଳେ ଓଡିଶା ପରି ଅନେକ ରାଜ୍ୟରେ ଏହା ନିୟନ୍ତ୍ରଣ ବାହାରେ । ଏପଟେ ଦେଶରେ ଭ୍ୟାକସିନର ଘୋର ଅଭାବ । ସାରା ଦେଶର ଯେପରି ହାହାକାର ସ୍ଥିତି । ଏବେ ଭ୍ୟାକସିନ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଏବଂ ଭାରତ ବାୟୋଟେକର ନିଷ୍ପତି ଆଶ୍ବସ୍ତି ଆଣିଦେଇଛି ।

Advertisment

ଟିକା ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏବଂ ହାଇଦ୍ରାବାଦ ଭିତ୍ତିକ ଭାରତ ବାୟୋଟେକ୍ ଅନ୍ୟ କମ୍ପାନୀକୁ ଆମନ୍ତ୍ରଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହା କମ୍ପାନୀମାନେ କୋଭାକସିନ ଉତ୍ପାଦନ କରି ଏହାର ଯୋଗାଣ ବୃଦ୍ଧି କରିବାରେ ସାହାଯ୍ୟ କରିପାରିବେ। ଦେଶରେ କରୋନା ଟିକା ଅଭାବ ମଧ୍ୟରେ ଗୁରୁବାର ଦିନ ସରକାରଙ୍କ ଜଣେ ବରିଷ୍ଠ ଉପଦେଷ୍ଟା ଏହି ସୂଚନା ଦେଇଛନ୍ତି।

ନୀତି ଆୟୋଗ ସଦସ୍ୟ ଡ. ଭି.କେ ପାଲ କହିଛନ୍ତି, ‘ଲୋକମାନେ ଚାହୁଁଛନ୍ତି, କୋଭାକ୍ସିନ  ଭାକସିନ ନିର୍ମାଣ ପାଇଁ ଅନ୍ୟ କମ୍ପାନୀମାନଙ୍କୁ ଦିଆଯିବା ଉଚିତ୍। ତେବେ ଏହା ଖୁସିର ବିଷୟ ଯେ, ଏହା ବିଷୟରେ ଯେତେବେଳେ ଆମେ କମ୍ପାନୀ ସହ କଥା ହେଲୁ, କୋଭାକ୍ସିନ୍ ନିର୍ମାତା ଭାରତ ବାୟୋଟେକ୍ ଏହାକୁ ସ୍ୱାଗତ କରିଥିଲା ।’

Advertisment

ଦେଶରେ ଟିକା ଅଭାବକୁ ସ୍ୱୀକାର କରି ସେ କହିଛନ୍ତି, ବର୍ତମାନ ପରିସ୍ଥିତିରେ ଟିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହାର ଉତ୍ପାଦନ ତଥା ଉପଲବ୍ଧ କରାଇବା ପାଇଁ ସମୟ ଲାଗିଥାଏ। ଯୋଗାଣ ସୀମିତ ଥିବାରୁ ଆମେ ଏଭଳି ପର୍ଯ୍ୟାୟ ଦେଇ ଗତି କରୁଛୁ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସୂଚନା ଦେଇ ଡକ୍ଟର ପାଲ କହିଛନ୍ତି, ଅଧିକ ଟିକା ଉତ୍ପାଦନ ପାଇଁ ଆମେ ପ୍ରାଥମିକତା ଦେଇଛୁ। ଯେତେବେଳେ ଭାରତ ସରକାରଙ୍କ ଦ୍ୱାରା ମାଗଣା ଟିକା ଦିଆଯାଇଥିଲା, ମୁଖ୍ୟ ଧ୍ୟାନ ବିପଦପୂର୍ଣ୍ଣ ବୟସ ବର୍ଗ ଉପରେ ଥିଲା। ଏବେ ବି ଆମକୁ ଏହା ଉପରେ ଗୁରୁତ୍ୱ ଦେବାକୁ ପଡିବ । ଅଧିକାରୀ କହିଛନ୍ତି ଯେ, ବର୍ଷ ଶେଷ ସୁଦ୍ଧା ଦେଶର ସମଗ୍ର ଜନସଂଖ୍ୟାକୁ ଟୀକାକରଣ ପାଇଁ ଯଥେଷ୍ଟ ଟିକା ମିଳିବ।

Advertisment

ସୂଚନାଥାଉ କି, ଚଳିତ ବର୍ଷ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୨୦୦ କୋଟିରୁ ଅଧିକ ଡୋଜ ଟିକା ଉପଲବ୍ଧ ହେବ ବୋଲି  ସରକାର ଆଶ୍ୱାସନା ଦେଇଥିଲେ । ଏହା ଉପରେ ମନ୍ତବ୍ୟ ରଖି ଡ ପାଲଙ୍କ ଏହି ବିବୃତ୍ତି ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ