Advertisment

୨୦୨୨ ପୂର୍ବରୁ ସାଧାରଣ ଲୋକଙ୍କୁ ମିଳିବନି କରୋନା ଟିକା

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ କରୋନା ଭ୍ୟାକ୍ସିନ ପାଇଁ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ। ଅର୍ଥାତ୍‌ ୨୦୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ କରୋନା ଭ୍ୟାକ୍ସିନ୍‌ ନମିଳିପାରେ ବୋଲି ଏମ୍ସର ନିର୍ଦ୍ଦେଶକ ତଥା କରୋନା ମ୍ୟାନେଜ୍‌ମେଣ୍ଟ ଟାକ୍ସଫୋର୍ସର ସଦସ୍ୟ ଥିବା ରଣଦୀପ ଗୁଲେରିଆ କହିଛନ୍ତି। ଭାରତୀୟ ବଜାରରେ କରୋନା ଭ୍ୟାକ୍ସିନ୍‌ ସହଜରେ ଉପଲବ୍ଧ ହେବାକୁ ବର୍ଷରୁ ଅଧିକ ସମୟ ଲାଗିବ। ତେଣୁ ସାଧାରଣ ଲୋକଙ୍କ ଟିକା ପାଇବା ପାଇଁ ହେଲେ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି […]

ଅଦ୍ୟତନ ହୋଇଛି
୨୦୨୨ ପୂର୍ବରୁ ସାଧାରଣ ଲୋକଙ୍କୁ ମିଳିବନି କରୋନା ଟିକା

guleir

Advertisment

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ କରୋନା ଭ୍ୟାକ୍ସିନ ପାଇଁ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ। ଅର୍ଥାତ୍‌ ୨୦୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ କରୋନା ଭ୍ୟାକ୍ସିନ୍‌ ନମିଳିପାରେ ବୋଲି ଏମ୍ସର ନିର୍ଦ୍ଦେଶକ ତଥା କରୋନା ମ୍ୟାନେଜ୍‌ମେଣ୍ଟ ଟାକ୍ସଫୋର୍ସର ସଦସ୍ୟ ଥିବା ରଣଦୀପ ଗୁଲେରିଆ କହିଛନ୍ତି। ଭାରତୀୟ ବଜାରରେ କରୋନା ଭ୍ୟାକ୍ସିନ୍‌ ସହଜରେ ଉପଲବ୍ଧ ହେବାକୁ ବର୍ଷରୁ ଅଧିକ ସମୟ ଲାଗିବ। ତେଣୁ ସାଧାରଣ ଲୋକଙ୍କ ଟିକା ପାଇବା ପାଇଁ ହେଲେ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ରଣଦୀପ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏପରି କହିଛନ୍ତି।

Advertisment

ସେ କହିଛନ୍ତି “ଆମ ଦେଶର ଜନସଂଖ୍ୟା ବହୁତ। ତେଣୁ ବଜାରରେ ଭ୍ୟାକ୍ସିନ୍‌ କେମିତି ସହଜରେ ଉପଲବ୍ଧ ହୋଇପାରିବ ସେ ନେଇ ଆମକୁ ଅନୁଧ୍ୟାନ କରିବାକୁ ଟିକେ ସମୟ ଲାଗିବ।” ଏହି ସମୟ ହିଁ ପ୍ରକୃଷ୍ଠ ସମୟ ହେବା ବୋଲି ଗୁଲେରିଆ କହିଛନ୍ତି।

କରୋନା ଭ୍ୟାକ୍ସିନ୍ ଉପଲବ୍ଧ ହେଲେ ଭାରତ ପାଇଁ କ’ଣ ଚ୍ୟାଲେଞ୍ଚ ରହିବ ବୋଲି ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତର ଦେଇ ସେ କହିଛନ୍ତି ଯେ ଦେଶର କୋଣଅନୁକୋଣକୁ କରୋନା ଭ୍ୟାକ୍ସିନ୍‌ କିପରି ପହଞ୍ଚିବ ତାହା ପ୍ରଥମ ଲକ୍ଷ ରହିବ। ଟିକା ବଣ୍ଟନ ପାଇଁ ଶୃଙ୍ଖଳା ବଜାୟ ରଖବା ସହିତ ପର୍ଯ୍ୟାପ୍ତ ପରିଣାଣରେ ସିରିଞ୍ଜ୍‌ ଓ ଛୁଞ୍ଚି ଉପଲବ୍ଧତା ସହିତ ଭାରତର ଅପହଞ୍ଚ ଇଲାକାରେ ଟିକା ପହଞ୍ଚାଇବା ଏକ ବଡ଼ ଚ୍ୟାଲେଞ୍ଜ ରହିବ ବୋଲି ଗୁଲେରିଆ କହିଛନ୍ତି।

Advertisment

ଦ୍ୱିତୀୟ ଚ୍ୟାଲେଞ୍ଜଟି ହେଲା ଯଦି ଦ୍ୱିତୀୟ ପର୍ଯ୍ୟାୟ ଭ୍ୟାକ୍ସିନ୍‌ଟି ପ୍ରଥମ ଭ୍ୟାକ୍ସିନ୍‌ ଠାରୁ ଅଧିକ ପ୍ରଭାବଶାଳୀ ହୁଏ, ତେବେ ଏହାକୁ କିପରି ବିତରଣ କରାଯିବ ? କାହାକୁ  ଦିଆଯିବ  ? ଏହା ମଧ୍ୟ ଏକ ଚ୍ୟାଲେଞ୍ଜ ରହିବ। ସେ ନେଇ ଗୁଲେରିଆ କହିଛନ୍ତି “ ଯଦି ଆଉ ଭ୍ୟାକ୍ସିନ୍‌ ଟିକେ ପରେ ଆସିଲା ଆଉ ତାହା ପ୍ରଥମ ଭ୍ୟାକ୍ସିନ୍‌ ଠାରୁ ଅଧିକ ପ୍ରଭାବଶାଳୀ ହେଲା ତେବେ ଏହାକୁ ଆମେ ଏହାକୁ କିପରି ବିତରଣ କରିବୁ ?, କିପରି କୋର୍ସ କରେକ୍ସନ୍ କରିବୁ ? କିଏ ପ୍ରଥମ ଭ୍ୟାକ୍ସିନ୍ ଆବଶ୍ୟକ କରୁଛନ୍ତି କିଏ ଦ୍ୱିତୀୟ ତାହା ନିର୍ଣ୍ଣୟ କରିବା ଚ୍ୟାଲେଞ୍ଜ ରହିବ।” ଏହି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଗୁଲେରିଆ କହିଛନ୍ତି।

ଆହୁରି ପଢ଼ନ୍ତୁ-

‘କରୋନା ଏତେ ସାଂଘାତିକ ରୋଗ ନୁହେଁ, ୯୦ରୁ ୯୫ ପ୍ରତିଶତ ଭଲ ହେଉଛନ୍ତି’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ