Advertisment

ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ପରିବାର ପାଇଁ ସରକାର କଲେ ଏମିତି ଘୋଷଣା

ମୁମ୍ୱାଇ: ମହାରାଷ୍ଟ୍ର ସରକାର କରୋନା ଭାଇରସ୍ ସମୟରେ ଡ୍ୟୁଟି କରିବାବେଳେ ପ୍ରାଣ ହରାଇଥିବା ପୋଲିସ ପରିବାର ପାଇଁ ବଡ଼ ଘୋଷଣା କରିଛନ୍ତି। ସରକାର ଏହି ପରିବାରକୁ ୬୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବେ। ଅବସର ସମୟ ପର୍ଯ୍ୟନ୍ତ ସେମାନେ ସରକାରୀ କ୍ୱାର୍ଟର୍ରସରେ ରହିପାରବେ। ଏନେଇ ରାଜ୍ୟର ଗୃହମନ୍ତ୍ରୀ ଅନିଲ ଦେଶମୁଖ ସୂଚନା ଦେଇଛନ୍ତି। ସେ ଏକ ଭିଡିଓରେ କହିଛନ୍ତି ଯେ କରୋନା ଯୋଗୁ ପ୍ରାଣ ହରାଇଥିବା ପୋଲିସର ପରିବାରକୁ ସରକାର ସମ୍ପୂର୍ଣ୍ଣ ସାହାଯ୍ୟ କରିବେ। […]

ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ପରିବାର ପାଇଁ ସରକାର କଲେ ଏମିତି ଘୋଷଣା

ritesh

Advertisment

ମୁମ୍ୱାଇ: ମହାରାଷ୍ଟ୍ର ସରକାର କରୋନା ଭାଇରସ୍ ସମୟରେ ଡ୍ୟୁଟି କରିବାବେଳେ ପ୍ରାଣ ହରାଇଥିବା ପୋଲିସ ପରିବାର ପାଇଁ ବଡ଼ ଘୋଷଣା କରିଛନ୍ତି। ସରକାର ଏହି ପରିବାରକୁ ୬୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବେ। ଅବସର ସମୟ ପର୍ଯ୍ୟନ୍ତ ସେମାନେ ସରକାରୀ କ୍ୱାର୍ଟର୍ରସରେ ରହିପାରବେ। ଏନେଇ ରାଜ୍ୟର ଗୃହମନ୍ତ୍ରୀ ଅନିଲ ଦେଶମୁଖ ସୂଚନା ଦେଇଛନ୍ତି। ସେ ଏକ ଭିଡିଓରେ କହିଛନ୍ତି ଯେ କରୋନା ଯୋଗୁ ପ୍ରାଣ ହରାଇଥିବା ପୋଲିସର ପରିବାରକୁ ସରକାର ସମ୍ପୂର୍ଣ୍ଣ ସାହାଯ୍ୟ କରିବେ।

Advertisment

ଅନିଲ ଦେଶମୁଖ ଭିଡିଓରେ କହିଛନ୍ତି, ‘କରୋନା ବିରୋଧରେ ଲଢ଼େଇ କରି ନିଜର ପ୍ରାଣ ହାରାଇଥିବା ପୋଲିସ କର୍ମଚାରୀଙ୍କ ପରିବାର ସଦସ୍ୟ ଭୟବୀତ ହୁଅନ୍ତୁନାହିଁ। ସେମାନଙ୍କ ମୁଣ୍ଡ ଉପରେ ଥିବା ଛାତ ବିଷୟରେ ଚିନ୍ତା କରିବା ଆବଶ୍ୟକ ନାହିଁ। କୋଭିଡ-୧୯ ଯୋଗୁ ଯେଉଁ ପୋଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି, ସେମାନଙ୍କ ପରିବାର ସଦସ୍ୟ ଅବସର ପର୍ଯ୍ୟନ୍ତ ସରକାରୀ ଆବାସରେ ରହିପାରିବେ।

Advertisment

ଦେଶମୁଖ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ମାନବିକତା ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ‘ପୋଲିସର ଏହି ବଳିଦାନ ପାଇଁ ଆମେ ତାଙ୍କ ପରିବାର ପାଇଁ କିଛି ତ କରିପାରିବା’। ଡ୍ୟୁଟି କରିବା ସମୟରେ ରାଜ୍ୟରେ କରୋନା ଦ୍ୱାରା ୪,୩୨୬ ଜଣ ପୋଲିସ କର୍ମୀ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩,୨୮୨ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ ୫୪ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

ମହାରାଷ୍ଟ୍ରରେ କରୋନା ଭାଇରସରେ ଗତକାଲି ୪୮୪୧ଜଣ ଆକ୍ରାନ୍ତଙ୍କ ହୋଇଥିଲେ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୭,୭୪୧କୁ ବୃଦ୍ଧି ପାଇଛି। ଏଥିସହିତ ମୃତକଙ୍କ ସଂଖ୍ୟା ୬,୯୩୧କୁ ବୃଦ୍ଧି ପାଇଛି। କେବଳ ମୁମ୍ୱାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦,୦୦୦ରୁ ଅଧିକ ରହିଛି।

Advertisment

ବିଏମ୍‌ସିର ସୂଚନା ଅନୁଯାୟୀ ଗତକାଲି ୨,୧୪୧ ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ମୁମ୍ୱାଇରେ ୨୭,୭୭୯ରୋଗୀ ଚିକିତ୍ସିତ ହେଉଥିବାବେଳେ ୭୯୦ଜଣ ସନ୍ଦିଗ୍ଧ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦେଶରେ ବର୍ତ୍ତମାନ ମୋଟ କରୋନା ପଜିଟିଭ୍ ସଂଖ୍ୟା ୪ ଲକ୍ଷ ୯୦ ହଜାର ୪୦୧ ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍ ୧ ଲକ୍ଷ ୮୯ ହଜାର ୪୬୩ ରହିଛି । ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ୨ ଲକ୍ଷ ୮୫ ହଜାର ୬୩୭ ଜଣ ବ୍ୟକ୍ତି । ICMR ରିପୋର୍ଟ ଅନୁସାରେ ଗତକାଲି ସୁଦ୍ଧା ଦେଶରେ ୭୭ ଲକ୍ଷ ୭୬ ହଜାର ଏବଂ ୨୨୮ ସାମ୍ପଲ ପରୀକ୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ