Advertisment

ସିଏମ୍‌ ହେଲ୍ପଲାଇନ୍‌ର ୮୨ରୁ ଅଧିକ କର୍ମଚାରୀ କରୋନା ଆକ୍ରାନ୍ତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ‌ ହେଲ୍ପଲାଇନ୍‌ ନମ୍ୱର ୧୦୭୬ ଯାହାକି ଲକ୍‌ଡାଉନ୍‌ ସମୟରେ ଲୋକମାନଙ୍କୁ କରୋନା ଭାଇରସ ବିଷୟରେ ସୂଚନା ଦେବା ପାଇଁ କ୍ରମାଗତ ଭାବରେ ବାର୍ତ୍ତା ପଠାଉଥିଲା। ଲକ୍‌ଡାଉନ୍‌ ସମୟରେ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା, ଲକ୍‌ଡାଉନ୍‌ ନିୟମ ଉଲ୍ଲଘଂନକାରୀ, କରୋନା ସଂକ୍ରମଣ ରୋଗୀଙ୍କ ସୂଚନା ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବିଷୟରେ ଯୋଗାଯୋଗ କରିବା ପାଇଁ ୧୦୭୬କୁ କଲ୍‌ କରାଯାଉଥିଲା । Cmଙ୍କ ଏହି ହେଲ୍ପଲାଇନ୍‌ ୧୦୭୬ରେ କାର୍ଯ୍ୟ କରୁଥିବା BPO କମ୍ପାନୀର ୮୨ରୁ ଅଧିକ […]

ସିଏମ୍‌ ହେଲ୍ପଲାଇନ୍‌ର ୮୨ରୁ ଅଧିକ କର୍ମଚାରୀ କରୋନା ଆକ୍ରାନ୍ତ

cm

Advertisment

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ‌ ହେଲ୍ପଲାଇନ୍‌ ନମ୍ୱର ୧୦୭୬ ଯାହାକି ଲକ୍‌ଡାଉନ୍‌ ସମୟରେ ଲୋକମାନଙ୍କୁ କରୋନା ଭାଇରସ ବିଷୟରେ ସୂଚନା ଦେବା ପାଇଁ କ୍ରମାଗତ ଭାବରେ ବାର୍ତ୍ତା ପଠାଉଥିଲା। ଲକ୍‌ଡାଉନ୍‌ ସମୟରେ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା, ଲକ୍‌ଡାଉନ୍‌ ନିୟମ ଉଲ୍ଲଘଂନକାରୀ, କରୋନା ସଂକ୍ରମଣ ରୋଗୀଙ୍କ ସୂଚନା ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବିଷୟରେ ଯୋଗାଯୋଗ କରିବା ପାଇଁ ୧୦୭୬କୁ କଲ୍‌ କରାଯାଉଥିଲା । Cmଙ୍କ ଏହି ହେଲ୍ପଲାଇନ୍‌ ୧୦୭୬ରେ କାର୍ଯ୍ୟ କରୁଥିବା BPO କମ୍ପାନୀର ୮୨ରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ଏନେଇ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Advertisment

ଏନେଇ Cm ହେଲ୍ପଲାଇନ୍ କମ୍ପାନୀକୁ ଲକ୍ଷ୍ନୌର ସିଏମ୍‌ଓ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।  ସୋରବିନ ବିପିଓ ସର୍ଭିସ ପ୍ରାଇଭେଟ୍‌ ଲିମିଟେଡ (surevin BPO service Pvt Ltd)କୁ ଲକ୍ଷ୍ନୌର ସିଏମ୍‌ଓ ନୋଟିସ ଦେଇଛି । ଲକ୍‌ଡାଉନ୍‌ର ନିର୍ଦ୍ଦେଶାବଳୀକୁ କମ୍ପାନୀ ମାନିନଥିବା ଅଭିଯୋଗ ହୋଇଛି। CMO ପକ୍ଷରୁ ଜାରୀ ନୋଟିସରେ ୩ଟି ପ୍ରମୁଖ କଥା ପଚରାଯାଇଛି।

ପ୍ରଥମତଃ ଅଫିସରେ ସାମାଜିକ ଦୂରତା ରକ୍ଷା କରିବା ସହ ମାକ୍ସ ପିନ୍ଧିଥିଲେ କି? ଯଦି ଏସବୁ କରାଯାଇନଥିଲା , ତେବେ ଅସାବଧାନତା କ’ଣ ପାଇ?

Advertisment

ଦ୍ୱିତୀୟତଃ ଏକା ସଙ୍ଗରେ ଏତେ କର୍ମଚାରୀଙ୍କୁ କ’ଣ ପାଇଁ ଡକାଯାଇଥିଲା।

ଅଫିସ କ’ଣ ପାଇଁ କୋଭିଡ-୧୯ର ନିୟମକୁ ପାଳନ କରିନଥିଲା ବୋଲି ପ୍ରଶ୍ନ କରିଥିଲେ ସିଏମ୍‌ଓ।

ଲକ୍ଷ୍ନୌରୁ ଆଜି ୨୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୯ଜଣ ପିଏସି(PAC) ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ପିଏସି କମ୍ପାନୀରେ ଉତ୍ତେଜନା ଲାଗି ରହିଛି। ଲକ୍ଷ୍ନୌରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫୦ରୁ ଅଧିକ ଥିବା ଜଣାପଡିଛି। ଏହା ପୂର୍ବରୁ ରେଳ ବିଭାଗ ଜିଆରପିର ୮୦ ରୁ ଅଧିକ ଲୋକେ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ