Advertisment

ଆଜି ୧୧ ହଜାର ଟପିଲା କରୋନା ସଂକ୍ରମଣ, ପୁଣି ଖୋର୍ଦ୍ଧା ଆଗରେ

ଭୁବନେଶ୍ୱର: ରାଜ୍ୟରେ କରୋନା ଦୈନିକ ସଂକ୍ରମଣ କମିବାର ନାଁ ଧରୁନି। କିଛି ଦିନ ବ୍ୟବଧାନ ପରେ ଗତକାଲି ଦୈନିକ ସଂକ୍ରମଣ  ୧୦,୩୨୧ରେ ସୀମିତ ଥିବାବେଳେ ଆଜି ପୁଣି ୧୧ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ରାଜ୍ୟରୁ…

ଅଦ୍ୟତନ ହୋଇଛି
ଆଜି ୧୧ ହଜାର ଟପିଲା କରୋନା ସଂକ୍ରମଣ, ପୁଣି ଖୋର୍ଦ୍ଧା ଆଗରେ

corona

Advertisment

ଭୁବନେଶ୍ୱର: ରାଜ୍ୟରେ କରୋନା ଦୈନିକ ସଂକ୍ରମଣ କମିବାର ନାଁ ଧରୁନି। କିଛି ଦିନ ବ୍ୟବଧାନ ପରେ ଗତକାଲି ଦୈନିକ ସଂକ୍ରମଣ  ୧୦,୩୨୧ରେ ସୀମିତ ଥିବାବେଳେ ଆଜି ପୁଣି ୧୧ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧,୦୯୯ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନେର ୬୨୧୪ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟରେ ଅଛନ୍ତି ୪୮୮୫।

Advertisment

ଆଜି ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ। ଖୋର୍ଦ୍ଧା ଜିଲ୍ଲାରୁ ୧୪୬୦ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି ୯୮୩ ।  ସେହିପରି ଅନଗୁଳରୁ ୫୫୨, ବାଲେଶ୍ୱରରୁ ୪୦୮, ବରଗଡରୁ ୩୩୯, ଭଦ୍ରକରୁ ୪୩୧, ବଲାଙ୍ଗିରରୁ ୨୮୮, ବୌଦ୍ଧରୁ ୨୧୩, କଟକରୁ ୮୬୭, ଦେବଗଡରୁ ୧୦୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସେହିପରି ଢେଙ୍କାନାଳରୁ ୧୬୨, ଗଜପତିରୁ ୮୨, ଗଞ୍ଜାମରୁ ୧୯୬, ଜଗତ୍‌ସିଂହପୁରରୁ ୩୦୨, ଜାଜପୁରରୁ ୩୭୮, ଝାରସୁଗୁଡାରୁ ୩୦୭, କଳାହାଣ୍ଡିରୁ ୨୯୯, କନ୍ଧମାଳରୁ ୮୮, କେନ୍ଦ୍ରାପଡାରୁ ୧୫୬, କେନ୍ଦୁଝରରୁ ୧୬୫, କୋରାପୁଟରୁ ୨୮୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

Advertisment

ସେହିପରି ମାଲକାନଗିରିରୁ ୧୦୨, ମୟୂରଭଞ୍ଜରୁ ୫୦୭, ନବରଙ୍ଗପୁରରୁ ୩୫୧, ନୟାଗଡରୁ ୨୭୭, ନୂଆପଡ଼ାରୁ ୨୩୨, ପୁରୀରୁ ୩୫୬, ରାୟଗଡ଼ାରୁ ୧୭୦, ସମ୍ବଲପୁରରୁ ୫୪୭, ସୋନପୁରରୁ୨୫୨ ଏବଂ ଷ୍ଟେଟ ପୁଲିଂରୁ ୨୪୨ ଜଣ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧,୧୦,୫୮,୩୮୬ ନମୂନା ପରୀକ୍ଷା କରାଯାଇଥିବାବେଳେ ୬,୪୪,୪୦୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କରୋନାରୁ ସୁସ୍ଥ ହୋଇଛନ୍ତି ୫,୩୬,୫୯୫ ଜଣ। ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେସ ୧,୦୫,୩୭୫ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି।

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା  ଦେଖି ପ୍ରଶାସନର ନିଦ ହଜିଗଲାଣି। ସଂକ୍ରମଣ ରୋକିବା ପାଇଁ ଯାହା ସବୁ ପଦକ୍ଷେପ ନେବା ଆବଶ୍ୟକ, ତୁରନ୍ତ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। । ଓଡ଼ିଶାରେ ସଂକ୍ରମଣ ମେ’ ୧୩ ତାରିଖରେ ସର୍ବାଧିକ ଥିଲା । ତାପରଠାରୁ ଏହା କମିବାରେ ଲାଗିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ପଜିଟିଭିଟି ରେଟ୍ ଗତ ସପ୍ତାହରେ ୨୧ ପ୍ରତିଶତ ଥିବା ବେଳେ ଏବେ ଏହା ୧୮ ପ୍ରତିଶତକୁ କମିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପକ୍ଷେ ସଂକ୍ରମଣ ସ୍ଥିତିକୁ ଦେଖି ଆଜିଠାରୁ ରାଜ୍ୟରେ ଆରମ୍ଭ କରାଯାଇଛି ୨ୟ ପର୍ଯ୍ୟାୟ ଲକ୍‌ଡାଉନ। ଏହି କଟକଣା ଜୁନ ପହିଲା ଯାଏ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ କଟକଣାରେ ଆହୁରି କଡ଼ାକଡ଼ି ଚେକିଂ ହେବ ବୋଲି ଜଣାପଡ଼ିଛି। ଲକ୍‌ଡାଉନ୍ ୨.୦ରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟକୁ କମାଇ ଦିଆଯାଇଛି।  ଲୋକେ ସକାଳ ୭ଟାରୁ ୧୧ଟା ମଧ୍ୟରେ ନିଜର ଦରକାରୀ ସାମଗ୍ରୀ କିଣିପାରିବେ। ନିକଟସ୍ଥ ଦୋକାନକୁ ଚାଲି ଚାଲି ଯିବେ। ଏଥର ବାହାଘର ଓ ଅନ୍ୟାନ୍ୟ ଭୋଜିଭାତକୁ ମଧ୍ୟ ବାରଣ କରିଛନ୍ତି ରାଜ୍ୟ ସରକାର। ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟ ପାଇଁ ବି ଜାରି ହୋଇଛି କଟକଣା।

Corona Breaking News Corona Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ