Advertisment

୨ରୁ ୧୮ ବର୍ଷ ପିଲାଙ୍କ ପାଖରେ କରୋନା ଟିକାର ହେବ ଟ୍ରାଏଲ

ନୂଆଦିଲ୍ଲୀ:କରୋନାର ୨ୟ ଲହରକୁ ସାମ୍ନା କରିଥିବା ଦେଶବାସୀ ତୃତୀୟ ଲହରକୁ ନେଇ ଖୁବ ଭୟଭୀତ ହୋଇପଡିଛନ୍ତି।  କାରଣ ଏଥର କରୋନା ଟାର୍ଗେଟରେ ରହିବେ ଶିଶୁ । ତେବେ ତୃତୀୟ ଲହର ଆସିବା ପୂର୍ବରୁ ସାମ୍ନାକୁ ଆସିଛି ଏକ ଖୁସି ଖବର ।…

ଅଦ୍ୟତନ ହୋଇଛି
୨ରୁ ୧୮ ବର୍ଷ ପିଲାଙ୍କ ପାଖରେ କରୋନା ଟିକାର ହେବ ଟ୍ରାଏଲ

covid injection

Advertisment

ନୂଆଦିଲ୍ଲୀ:କରୋନାର ୨ୟ ଲହରକୁ ସାମ୍ନା କରିଥିବା ଦେଶବାସୀ ତୃତୀୟ ଲହରକୁ ନେଇ ଖୁବ ଭୟଭୀତ ହୋଇପଡିଛନ୍ତି।  କାରଣ ଏଥର କରୋନା ଟାର୍ଗେଟରେ ରହିବେ ଶିଶୁ । ତେବେ ତୃତୀୟ ଲହର ଆସିବା ପୂର୍ବରୁ ସାମ୍ନାକୁ ଆସିଛି ଏକ ଖୁସି ଖବର । ୨ରୁ ୧୮ ବର୍ଷ ମଧ୍ୟରେ ଥିବା ଶିଶୁ ଓ ନାବାଳକଙ୍କ ଉପରେ କରୋନା ଟିକାର ହେବ ଟ୍ରାଏଲ । ଭାରତ ବାୟୋଟେକ୍ ପକ୍ଷରୁ କୋଭାକ୍ସିନ ଟିକାର କ୍ଲିନିକାଲ ଟ୍ରାଏଲ କରିବାକୁ ନିଷ୍ପତ୍ତି ହୋଇଛି ।

Advertisment

ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ କରିବ ଭାରତ ବାୟୋଟେକ୍ । ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଟ୍ରାଏଲ ଶେଷ ହୋଇଛି । ବିଭିନ୍ନ ୫୨୫ଟି ଅଲଗା ଅଲଗା ସ୍ଥାନରେ ଏହି ଟ୍ରାଏଲ କରାଯିବ । ଦିଲ୍ଲୀ ଏବଂ ପାଟନା ଏମ୍ସ ସହିତ ନାଗପୁରର ମେଡିଟ୍ରିନା ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସରେ ଏହି ଟିକାର କ୍ଲିନିକାଲ ଟ୍ରାଏଲ କରାଯିବ ।

ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଆବେଦନକୁ ଗ୍ରୀନ ସିଗନାଲ ଦେଇଛି ସେଣ୍ଟାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜସନ CDSCO । ସଂଗଠନର ସବଜେକ୍ଟର ଏକ୍ସପର୍ଟ କମିଟି କ୍ଲିନିକାଲ ଟ୍ରାଏଲକୁ ସ୍ବୀକୃତି ପ୍ରଦାନ କରିଛି ।

Advertisment

ପିଟିଆଇ ଖବର ସୂତ୍ରରୁ ପ୍ରକାଶ ଯେ, ଅନେକ ବିଚାରବିମର୍ଷ ପରେ ୨ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କୁ ଟୀକା ପ୍ରଦାନର ଟ୍ରାଏଲ କରାଯିବା ନେଇ ସୁପାରିଶ କରାଯାଇଛି। କମ୍ପାନୀ ଷ୍ଟେଜ ଥ୍ରୀ ଟ୍ରାଏଲ ଆରମ୍ଭ ପୂର୍ବରୁ ଫେଜ ଟୁର କ୍ଲିନିକାଲ ସେଫଟି ଡାଟା ଜମା କରିବ।

ଏଠି କହିରଖିବୁ, ଏହା ପୂର୍ବରୁ ଏକ ଭିଡ଼ିଓ ଭାଇରଲ ହୋଇଥିଲା, ଯେଉଁଥିରେ କୁହ ଯାଇଥିଲା, ୧୨ ବର୍ଷରୁ ଅଧିକ ଆୟୁ ବର୍ଗର ଲୋକଙ୍କ ପାଇଁ ଭାକ୍ସନକୁ ମଞ୍ଜୁରୀ ମିଳିଗଲା । ତେବେ ସରକାର ଏ ପ୍ରକାର ଖବରର ସତ୍ୟତାକୁ ଖଣ୍ଡନ କରିଛନ୍ତି।  କୋଭାକସିନକୁ ଭାରତ ବାୟୋଟେକ ICMR ସହ ମିଶି ପ୍ରସ୍ତୁତି କରିଛି । ଏହି ଭାକସିନ ୧୮ରୁ ଅଧିକ ଆୟୁ ବର୍ଗ ର ଲୋକଙ୍କୁ ଦିଆଯାଇଛି । ତେବେ ୨ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କୁ ଟୀକା ପ୍ରଦାନର ଟ୍ରାଏଲ କରାଯିବା ନେଇ କମ୍ପାନୀ ପକ୍ଷରୁ ସୁପାରିଶ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ