Advertisment

ରାଜ୍ୟରେ ଚିହ୍ନଟ ହେଲେ ୮,୭୩୫ କରୋନା ପଜିଟିଭ

ଭୁବନେଶ୍ୱର:  ଆଜିର ତାଲିକାକୁ ଦେଖିଲା ପରେ ଖୋର୍ଦ୍ଧା ଜିଲ୍ଲାକୁ ନେଇ ପୁଣି ଚିନ୍ତା ବଢିଛି। ଆଜି ବି ଖୋର୍ଦ୍ଧା ଉପରେ ରହିଛି ଏବଂ ସଂକ୍ରମିତଙ୍କ ତାଲିକା ୧୦୦୦ରୁ ଅଧିକ ରହିଛି। ଆଜି ଏହି ଜିଲ୍ଲାରୁ ୧,୨୨୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।…

ଅଦ୍ୟତନ ହୋଇଛି
ରାଜ୍ୟରେ ଚିହ୍ନଟ ହେଲେ ୮,୭୩୫ କରୋନା ପଜିଟିଭ

corona

Advertisment

ଭୁବନେଶ୍ୱର:  ଆଜିର ତାଲିକାକୁ ଦେଖିଲା ପରେ ଖୋର୍ଦ୍ଧା ଜିଲ୍ଲାକୁ ନେଇ ପୁଣି ଚିନ୍ତା ବଢିଛି। ଆଜି ବି ଖୋର୍ଦ୍ଧା ଉପରେ ରହିଛି ଏବଂ ସଂକ୍ରମିତଙ୍କ ତାଲିକା ୧୦୦୦ରୁ ଅଧିକ ରହିଛି। ଆଜି ଏହି ଜିଲ୍ଲାରୁ ୧,୨୨୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

Advertisment

ଆଜି ଅନୁଗୋଳରୁ ୪୫୬, ବାଲେଶ୍ୱରରୁ ୫୬୬, ବରଗଡରୁ ୧୯୩, ଭଦ୍ରକରୁ ୧୪୭, ବଲାଙ୍ଗୀରରୁ ୪୯, ବୌଦ୍ଧରୁ ୧୩୭, କଟକରୁ ୬୭୩, ଦେବଗଡରୁ ୬୩, ଢେଙ୍କାନାଳରୁ ୫୦୩, ଗଜପତିରୁ ୮୦, ଗଞ୍ଜାମରୁ ୧୫୬, ଜଗତ୍‌ସିଂହପୁରରୁ ୩୮୨, ଜାଜପୁରରୁ ୫୦୭, ଝାରସୁଗୁଡାରୁ ୧୫୭, କଳାହାଣ୍ଡିରୁ ୧୭୭, କନ୍ଧମାଳରୁ ୬୫, କେନ୍ଦ୍ରାପଡାରୁ ୩୮୭, କେନ୍ଦୁଝରରୁ ୧୭୯, କୋରାପୁଟରୁ ୨୫୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସେହିପରି ମାଲକାନଗିରିରୁ ୯୬, ମୟୂରଭଞ୍ଜରୁ ୩୪୨, ନବରଙ୍ଗପୁରରୁ ୨୬୪, ନୟାଗଡରୁ ୨୮୫, ନୂଆପଡାରୁ ୪୦, ପୁରୀରୁ ୪୬୭, ରାୟଗଡାରୁ ୯୦, ସମ୍ବଲପୁରରୁ ୧୭୭, ସୋନପୁରରୁ ୧୫୬, ସୁନ୍ଦରଗଡରୁ ୨୪୪ ଏବଂ ଷ୍ଟେଟ ପୁଲ୍‌ରୁ ଚିହ୍ନଟ ହୋଇଛନ୍ତି ୨୨୦ ଜଣ କରୋନା ଆକ୍ରାନ୍ତ।

Advertisment

ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୭୩,୭୩୨ ଛୁଇଁଥିବାବେଳେ ସୁସ୍ଥ ହୋଇଛନ୍ତି ୬,୮୦,୯୩୨ ଜଣ । ଗତକାଲି ୧୦,୪୦୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୮୯,୯୫୬ ଅଛି।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩୭ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୭୯୧କୁ ବୃଦ୍ଧି ପାଇଛି। 

Advertisment

ସୂଚନାଥାଉ କି, କରୋନା ସଂକ୍ରମଣ ହାର କମୁ ନ ଥିବାରୁ ରାଜ୍ୟରେ  ଆଜିଠୁ ଆରମ୍ଭ ହୋଇଛି ରାଜ୍ୟରେ ତୃତୀୟ ପଯର୍ୟାୟ ଲକଡାଉନ୍। ଆସନ୍ତା ୧୭ ତାରିଖ ଯାଏ ଲକ୍‌ଡାଉନ୍ ବଢ଼ିବା ପରେ ଆଜିଠୁ ଆହୁରି କଡ଼ାକଡ଼ି ହେବ କଟକଣା। କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ଆଣିବାକୁ ଲକ୍‌ଡାଉନକୁ ବଢ଼ାଯାଇଛି।

ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ବାଲେଶ୍ୱର, ସମ୍ବଲପୁର, ଜୟପୁର ସମେତ ଅନ୍ୟ ସହରରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଅମାନିଆ ଯେପରି ରାସ୍ତାକୁ ବାହାରିବେନି ସେ ନେଇ କଡ଼ା ନଜର ରଖାଯାଇଛି। ତେବେ ଏହି ପର୍ଯ୍ୟାୟ କ୍ରମେ ସୁନ୍ଦରଗଡ଼, ଗଜପତି ଏବଂ ନୂଆପଡ଼ା ଜିଲ୍ଲାରେ କୋହଳ ହୋଇଛି ଲକଡାଉନ ନିୟମ।

Corona News Today Corona Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ