Advertisment

ଭେଣ୍ଟିଲେଟର ମିଳିଲାନି, ଛଟପଟ ହୋଇ ଆଖି ବୁଜିଲେ କରୋନା ଆକ୍ରାନ୍ତ ଏନଏସଜି କମାଣ୍ଡୋ

ଭେଣ୍ଟିଲେଟର ଖୋଜୁ ଖୋଜୁ ଆଖି ବୁଜିଦେଲେ କରୋନା ଆକ୍ରାନ୍ତ ବରିଷ୍ଠ କମାଣ୍ଡୋ

ଅଦ୍ୟତନ ହୋଇଛି
ଭେଣ୍ଟିଲେଟର ମିଳିଲାନି, ଛଟପଟ ହୋଇ ଆଖି ବୁଜିଲେ କରୋନା ଆକ୍ରାନ୍ତ ଏନଏସଜି କମାଣ୍ଡୋ

comando

Advertisment

ନୂଆଦିଲ୍ଲୀ: ମହାମାରୀ ତା’ର କାୟା ବିସ୍ତାର କରି ଚାଲିଛି । ମହାମାରୀ ଯେତେ ବଢୁଛି, ଆମର ସ୍ୱାସ୍ଥ୍ୟାବସ୍ଥା ବ୍ୟବସ୍ଥା କେତେ ବିପର୍ଯ୍ୟସ୍ତ ତାହା ଆମ ଆଖିରେ ସ୍ପଷ୍ଟ ହୋଇଯାଉଛି । ପ୍ରଭାବଶାଳୀ ବ୍ୟକ୍ତି, ରାଜନେତାମାନେ ଡାକ୍ତରଖାନାରେ ବେଡଟିଏ ପାଇବା ପାଇଁ ଯେମିତି ହଟହଟା ହେଉଛନ୍ତି ସେଠି ସାଧାରଣ ଲୋକଙ୍କୁ କିଏ ବା ପଚାରେ ? ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ଏତେ ବଢୁଛି ଯେ ଡାକ୍ତରଖାନାରେ ବେଡଟିଏ ମିଳିବା କଷ୍ଟକର ହୋଇପଡ଼ୁଛି । ଉପଯୁ୍‌କ୍ତ ଚିକିତ୍ସା ଅଭାବରୁ ଅନେକ ଲୋକ ଛଟପଟ ହୋଇ ମରୁଥିବା ନଜରକୁ ଆସିଛି ।

Advertisment

ଦେଶରେ ଆତଙ୍କାବଦୀ ବିରୋଧରେ ଲଢୁଥିବା ଏନଏସ୍‌ଜିର ଜଣେ ବରିଷ୍ଠ କମାଣ୍ଡୋଙ୍କ କରୋନାରେ ମୃତ୍ୟୁ ଘଟିଛି । ସବୁଠାରୁ ଦୁଃଖର କଥା, କରୋନା ଆକ୍ରାନ୍ତ କମାଣ୍ଡୋଙ୍କୁ କେଉଁଠି ବେଡଟିଏ ମିଳି ନ ଥିଲା । ବେଡ ପାଇଁ ୫ ଘଣ୍ଟା ବୁଲିବା ପରେ ଶେଷରେ ସେ ଆଖି ବୁଜିଦେଲେ ।

କରୋନାରେ ଏନଏସଜି କମାଣ୍ଡୋଙ୍କର ମୃତ୍ୟୁ ଘଟିବା ଦେଶରେ ପ୍ରଥମ । ତେବେ ଜଣେ ବରିଷ୍ଠ କମାଣ୍ଡୋଙ୍କୁ ସ୍ଵତନ୍ତ୍ର ଚିକିତ୍ସା ମିଳିବାରେ ବିଳମ୍ବ ହେବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଅଧିକାରୀମାନେ ଅଭିଯୋଗ ଆଣିଛନ୍ତି ।
ଅଧିକାରୀଙ୍କ କହିବା ଅନୁଯାୟୀ, ଗ୍ରୁପ୍‌ କମାଣ୍ଡର ବୀରେନ୍ଦ୍ର କୁମାର ଝା କୋଭିଡ ୧୯ରେ ସଂକ୍ରମିତ ହୋଇଥିଲେ । ତାଙ୍କୁ ଗ୍ରେଟର ନଏଡାର ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୫ ତାରିଖ ସକାଳେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା ।
ଅଧିକାରୀଙ୍କ କହିବା ଅନୁଯାୟୀ,ପୂର୍ବଦିନ ରାତିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଲା । ଠିକ ସେତିକିବେଳେ ସିଆରପିଏଫ ଡାକ୍ତରଖାନାରେ ଭେଣ୍ଟିଲେଟର ଆଇସିୟୁ କାମ କରୁନ ଥିଲା । ତାଙ୍କୁ ବାଇପେପ୍‌ ପ୍ରଣାଳୀରେ ରଖାଯାଇଥିଲା । ସିଆରପିଏଫ ଅଧିକାରୀ କହିଛନ୍ତି, କମାଣ୍ଡୋଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ ଦେବା ପରେ ଆଇସିୟୁ ବେଡ ଖୋଜା ପଡ଼ିଲା ।

Advertisment

ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଦୀର୍ଘ ସମୟ ଧରି ଆଇସିୟୁ ବେଡ ଖୋଜିବା ପରେ ନଏଡାର ଏକ ଘରୋଇ ଡାକ୍ତରଖାନାରେ ଭେଣ୍ଟିଲେଟର ମିଳିଥିଲା । ହେଲେ ତାଙ୍କୁ ନେବାପାଇଁ କାର୍ଡିଆକ ଆମ୍ବୁଲାନ୍ସ ଯୋଗାଡ କରିବାରେ ପୁଣି ବିଳମ୍ବ ହୋଇଗଲା । ଏନଏସଜିରୁ କାର୍ଡିଆକ ଆମ୍ବୁଲାନ୍ସ ଆସିଲା । କିନ୍ତୁ ଇତି ମଧ୍ୟରେ ତାଙ୍କ ହୃଦଘାତ ହୋଇଥିଲା ଏବଂ ତାଙ୍କର ମୃତ୍ୟୁ ଘଟିଥିଲା ।

ମିଡିଆ ରିପୋର୍ଟ ଅନୁସାରେ, ବୀରେନ୍ଦ୍ର କୁମାରଙ୍କୁ ନଏଡାର ରେଫରାଲ ହସ୍ପିଟାଲରରେ ଆଇସିୟୁ ବେଡ ଖାଲି ନ ଥିବାରୁ ଅନ୍ୟ ହସ୍ପିଟାଲକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହା ପରେ ଦିଲ୍ଲୀରେ ଡାକ୍ତରଖାନାରେ କେଉଁଠି ଭେଣ୍ଟିଲେଟର ଅଛି ଖୋଜା ଯାଇଥିଲା । ଭେଣ୍ଟିଲେଟର ଖୋଜିବାରେ ୫ ଘଣ୍ଟା ବିଳମ୍ବ ହୋଇଯାଇଥିଲା । ଏହି ସମୟ ମଧ୍ୟରେ ବୀରେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ