Astrazeneca
ଲଣ୍ଡନ: ବ୍ରାଜିଲ ସରକାର ଗର୍ଭବତୀଙ୍କୁ ଆଷ୍ଟ୍ରାଜେନିକା ଟିକା ଦେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ରିଓ ଡି ଜେନେରୋରେ ଟୀକାକରଣ ସହ ଜଡିତ ସମ୍ଭାବିତ ଷ୍ଟ୍ରୋକ୍ କାରଣରୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହେବା ପରେ ବ୍ରାଜିଲ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟିକାକରଣ କାର୍ଯ୍ୟକ୍ରମର ସଂଯୋଜକ କହିଛନ୍ତି ଯେ, ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ସଂସ୍ଥା ଏନ୍ଭିସା ପୂର୍ବରୁ ଚେତାବନୀ ଦେଇଥିଲା । ଏହା ପରେ ସତର୍କତାମୂଳକ ପଦକ୍ଷେପ ଭାବେ ଗର୍ଭବତୀଙ୍କୁ ଟିକାକରଣ ବନ୍ଦ କରିଦିଆଯାଇଛି ।
ସେ କହିଛନ୍ତି ଯେ, ଗର୍ଭବତୀଙ୍କୁ କେବଳ ଆଷ୍ଟ୍ରାଜେନିକା ଟିକା ପାଇଁ ବାରଣ କରାଯାଇଛି । କିନ୍ତୁ ସିନୋଓ୍ୱାକ୍ ଓ ଫାଇଜର ଟିକାକରଣ ଚାଲୁ ରହିବ । ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଆଲେକଜାଣ୍ଡର ଚିପେ କହିଛନ୍ତି ଯେ, ରିଓ ଡି ଜେନେରୋରେ ଆଷ୍ଟ୍ରାଜେନିକା ଟିକା ନେବା ପରେ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିଲା ।
୨୩ ସପ୍ତାହର ଗର୍ଭବତୀ ଥିଲେ
ଏନ୍ଭିସା କହିଛି ଯେ, ମୃତ ଗର୍ଭବତୀ ଜଣଙ୍କ ବୟସ ୩୫ ହୋଇଥିବା ବେଳେ ସେ ୨୩ ସପ୍ତାହର ଗର୍ଭବତୀ ଥିଲେ । ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ମହିଳାଙ୍କ ମୃତ୍ୟୁ ସୋମବାର ହେମରେଜ୍ ଷ୍ଟ୍ରୋକ୍ କାରଣରୁ ହୋଇଛି । ସେ ମେଡିକାଲରେ ଭର୍ତ୍ତି ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଆହୁରି କୁହାଯାଇଛି ଯେ, ହେମରେଜ୍ ଷ୍ଟ୍ରୋକ୍ର ପ୍ରତିକୂଳ ପ୍ରଭାବର ମୂଲ୍ୟାଙ୍କନ କରାଯାଇଥିଲା । ଯାହାକି ଗର୍ଭବତୀଙ୍କ ଟିକା ଦେବା ସହ ଜଡ଼ିତ ଥିଲା ।
ଏଥି ସହିତ ଆଷ୍ଟ୍ରାଜେନିକା କମ୍ପାନୀ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ କୋଭିଡ-୧୯ ଟିକାର ମାନବ ପରୀକ୍ଷଣରୁ ବାଦ ରଖାଯାଇଥିଲା । ସଂସ୍ଥା ପକ୍ଷରୁ ଆହୁରି କୁହାଯାଇଛି ଯେ, ଟିକା ନେଇଥିବା ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଅନ୍ୟ ପ୍ରତିକୂଳ ପ୍ରଭାବ ବିଷୟରେ ସେମାନେ ଅବଗତ ନଥିଲେ ।
ଗର୍ଭବତୀ ମହିଳାଙ୍କ ପାଇଁ ଏହି ଟିକା ସୁରକ୍ଷିତ କି ?
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଏବେ ସୁଦ୍ଧା ସେଭଳି କୌଣସି ପ୍ରମାଣ ମିଳିନାହିଁ, ଯାହାଦ୍ୱାରା କି କୋଭିଡ -୧୯ ଟିକା ଗର୍ଭବତୀଙ୍କ ପାଇଁ ବିପଦଜ୍ଜନକ ବୋଲି କୁହାଯାଇ ପାରିବ । ଯଦି ଜଣେ ଗର୍ଭବତୀ ମହିଳା ସୁସ୍ଥ ଅଛନ୍ତି, ତେବେ ସେ ଟିକା ନେଇପାରିବେ । ଯଦି ଟିକାକୁ ନେଇ ତାଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ରହିଛି, ତେବେ ସେ ଏନେଇ ଡାକ୍ତରଙ୍କ ସହ ଆଲୋଚନା କରିପାରିବେ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଗର୍ଭବତୀ ମହିଳାମାନେ ଟିକା ନେଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-7_1620838615.jpg)