Advertisment

କରୋନା ମୃତକଙ୍କ ପରିବାରର ଜଣକୁ ଚାକିରି ଦେବ ଏହି ସଂସ୍ଥା

ମୁମ୍ୱାଇ: ଏୟାର ଇଣ୍ଡିଆ ବିମାନବନ୍ଦର ସେବା ଲିମିଟେଡ୍‌(AIASL) ଏକ ବିଜ୍ଞପ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଯଦି କୌଣସି କର୍ମଚାରୀଙ୍କର ମୃତ୍ୟୁ ଘଟେ ତେବେ କମ୍ପାନୀ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବେ। କମ୍ପାନୀର ଜେନେରାଲ ମ୍ୟାନେଜର ଜୁନ୍‌ ୬ରେ ଏହି ନିର୍ଦ୍ଦେଶ ଜାରି କରିଥିଲେ। ପୂର୍ବତନ ଏୟାର ଇଣ୍ଡିଆ ଇଡି ଅଶ୍ୱିନୀ ଶର୍ମାଙ୍କ ନେତୃତ୍ୱରେ AIASL ଏହା ମଧ୍ୟ କହିଛି ଯେ କମ୍ପାନୀ ବିମାନବନ୍ଦରରେ ହିଁ ଚାକିରି […]

କରୋନା ମୃତକଙ୍କ ପରିବାରର ଜଣକୁ ଚାକିରି ଦେବ ଏହି ସଂସ୍ଥା

air india222

Advertisment

ମୁମ୍ୱାଇ: ଏୟାର ଇଣ୍ଡିଆ ବିମାନବନ୍ଦର ସେବା ଲିମିଟେଡ୍‌(AIASL) ଏକ ବିଜ୍ଞପ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଯଦି କୌଣସି କର୍ମଚାରୀଙ୍କର ମୃତ୍ୟୁ ଘଟେ ତେବେ କମ୍ପାନୀ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବେ। କମ୍ପାନୀର ଜେନେରାଲ ମ୍ୟାନେଜର ଜୁନ୍‌ ୬ରେ ଏହି ନିର୍ଦ୍ଦେଶ ଜାରି କରିଥିଲେ। ପୂର୍ବତନ ଏୟାର ଇଣ୍ଡିଆ ଇଡି ଅଶ୍ୱିନୀ ଶର୍ମାଙ୍କ ନେତୃତ୍ୱରେ AIASL ଏହା ମଧ୍ୟ କହିଛି ଯେ କମ୍ପାନୀ ବିମାନବନ୍ଦରରେ ହିଁ ଚାକିରି ଦେବ। AIASLଦେଶର ୮୧ଟି ବିମାନବନ୍ଦରକୁ ପରିଚାଳନା କରିଥାଏ।

Advertisment

ଖବର ଅନୁଯାୟୀ,  ଜୁନ୍‌ ୬ରେ ଏୟାର ଇଣ୍ଡିଆର ଏକ ପାଇଲଟ୍‌ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କର ମୃତ୍ୟୁ ଘଟିଛି। ଏହି ପାଇଲଟ୍‌ ଜଣଙ୍କ ଗତ ଏପ୍ରିଲରେ ଅବସର ନେଇଥିଲେ। କରୋନା ଭାଇରସକୁ ଦୃଷ୍ଟିରେ ରଖି AIASL ଏକ ବିଜ୍ଞପ୍ତି ଜାରି କରିଛି। କୋଭଡ-୧୯ଯୋଗୁ ଯଦି କମ୍ପାନୀର କୌଣସି କର୍ମଚାରୀଙ୍କର ମୃତ୍ୟୁ ଘଟେ, ତେବେ ସେମାନଙ୍କର ପରିବାରର ସଦସ୍ୟକୁ ମଧ୍ୟରୁ ଜଣଙ୍କୁ ଚାକିରି ଦିଆଯିବ। ଏହି ବିଜ୍ଞପ୍ତି ଏୟାର ଇଣ୍ଡିଆ ଏକ୍ସପ୍ରେସ, ଏଲାଇନ୍ସ ଏୟାର ଓ ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସେସ୍ ଲିମିଟେଡ୍ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ।

ଦେଶବ୍ୟାପୀ ଲକଡାଉନ୍ ସମୟରେ AIASL କର୍ମଚାରୀମାନେ ପ୍ରାୟ ୧୯୦୦ଟି ବିମାନ ପରିଚାଳନା କରୁଛନ୍ତି । ଯେଉଁଥିରେ କେନ୍ଦ୍ର ସରକାରଙ୍କ କାର୍ଗୋ ଅପରେସନ୍ ଅଧୀନରେ 'ଉଡାନ' ,'ବନ୍ଦେ ଭାରତ ମିଶନ' ଓ ଘରୋଇ ବିମାନ ଅନ୍ତର୍ଭୁକ୍ତ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ