Advertisment

Why Silver Price is Rising: ରୁପା ଟପିଲା ଅଢେଇ ଲକ୍ଷ, ଦିନକରେ ବଢିଲା ୨୦ ହଜାର; ରୁପା ଦର ବଢିବାର ଅସଲ କାରଣ ହେଉଛି...

ହୁ ହୁ ହୋଇ ବଢୁଛି ରୁପା ଦର। ସୁନା ଦର ଯେତିକି ବଢୁଛି, ତା ସହ ତାଳ ଦେଇ ଦୁଇ ଗୁଣା ବଢୁଛି ରୁପା ଦର। ଭୁବନେଶ୍ବରରେ ରୁପା ଦର ପିଛା ଅଢେଇ ଲକ୍ଷ ଟପିଲାଣି।

Silver Rate Increases

Silver Rate Increases Photograph: (OTV)

Advertisment

ହୁ ହୁ ହୋଇ ବଢୁଛି ରୁପା ଦର। ସୁନା ଦର ଯେତିକି ବଢୁଛି, ତା ସହ ତାଳ ଦେଇ ଦୁଇ ଗୁଣା ବଢୁଛି ରୁପା ଦର। ଭୁବନେଶ୍ବରରେ ରୁପା ଦର ପିଛା ଅଢେଇ ଲକ୍ଷ ଟପିଲାଣି। ଭୁବନେଶ୍ବରରେ ଆଜି ରୁପା ଦର ୨ ଲକ୍ଷ ୭୪ ହଜାର ଟଙ୍କାକୁ ଛୁଇଁଛି। ଗତ କାଲି ୨ ଲକ୍ଷ ୫୪ ହଜାର ଟଙ୍କା ଥିବା ବେଳେ ଆଜି ଗୋଟିଏ ଦିନରେ ୨୦ ହଜାର ଟଙ୍କା ବଢି ଯାଇଛି, ଯାହା ଏକ ନୂଆ ରେକର୍ଡ କରିଛି। ମାତ୍ର ୬ ଦିନରେ ରୁପା ୪୮ ହଜାର ଟଙ୍କା ମହଙ୍ଗା ହୋଇଛି। 

Advertisment

MCX ରେ ଏହାର ମୂଲ୍ୟ ₹୧୭,୦୦୦ ରୁ ଅଧିକ ବୃଦ୍ଧି ପାଇଛି। COMEX ରେ ଏହାର ମୂଲ୍ୟ ଆଉନ୍ସ ପ୍ରତି $୭୯.୭୦ ରହିଛି। ଏକ ନୂତନ ରେକର୍ଡ ସହିତ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।

କାହିଁକି ବଢୁଛି ରୁପା ଦର?

ଆନ୍ତର୍ଜାତୀୟ ବଜାରରେ ରୁପା ମହଙ୍ଗା ହେଉଥିବାରୁ ତାହାର ପ୍ରଭାବ ସ୍ଥାନୀୟ ବଜାର ଉପରେ ପଡିଛି। ଆନ୍ତର୍ଜାତୀୟ ବଜାରରେ ରୁପା ଚାହିଦା ଢେର ବଢିଯାଇଛି। ଏଥିଯୋଗୁଁ ବିଦେଶୀ ତଥା ଘରୋଇ ବଜାରରେ ରୁପା ମହଙ୍ଗା ହୋଇଛି। ବଢ଼ୁଥିବା ନିରାପଦ ନିବେଶ ଚାହିଦା, ଶିଳ୍ପ ବ୍ୟବହାର ଏବଂ ନିରନ୍ତର ଯୋଗାଣ ଅଭାବ ଯୋଗୁଁ ରୂପାର ମୂଲ୍ୟ ବୃଦ୍ଧି ପାଇଛି। ସଲିଡ୍-ଷ୍ଟେଟ୍ ବ୍ୟାଟେରୀର ଚାହିଦା, ଯେଉଁଥିରେ ରୂପା ଏକ ପ୍ରମୁଖ କଞ୍ଚାମାଲ ହୋଇଥିବାରୁ ଏହାର ଚାହିଦା ଅଧିକ ରହୁଛି। ଏହି ବ୍ୟାଟେରୀଗୁଡ଼ିକ ମାତ୍ର ୧୦ ମିନିଟରେ ଏକ ସେଲ୍ ଫୋନ୍ ସମ୍ପୂର୍ଣ୍ଣ ଚାର୍ଜ କରିପାରିବ।

Advertisment

ବିଶେଷଜ୍ଞମାନେ କହିଛନ୍ତି ଯେ ବିଶ୍ୱ ସ୍ତରରେ ରୂପା ଉତ୍ପାଦନ ବର୍ତ୍ତମାନ ପ୍ରାୟ ୮୫୦ ନିୟୁତ ଆଉନ୍ସ ରହିଥିବା ବେଳେ ଚାହିଦା ପ୍ରାୟ ୧.୧୬ ବିଲିୟନ ଆଉନ୍ସ। ବ୍ୟାଟେରୀ ବ୍ୟତୀତ, ବୈଦ୍ୟୁତିକ ଯାନବାହନ ଏବଂ ସୌରଶକ୍ତିରେ ମଧ୍ୟ ରୂପାର ଚାହିଦା ବୃଦ୍ଧି ପାଉଛି। ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ଉତ୍ତେଜନା ରୂପାର ପାରମ୍ପରିକ କାରିବିଆନ ପରିବହନ ମାର୍ଗକୁ ବାଧାପ୍ରାପ୍ତ କରିଛି, ଯାହା ବିଶ୍ୱର ସର୍ବବୃହତ ଯୋଗାଣକାରୀ ପେରୁରୁ ରୂପା ରପ୍ତାନିକୁ ପ୍ରଭାବିତ କରିଛି। ଫଳସ୍ୱରୂପ, ଆଗାମୀ ଦିନରେ ରୂପା ମୂଲ୍ୟ ଆହୁରି ବୃଦ୍ଧି ପାଇବାର ଆଶା କରାଯାଉଛି।

Silver Prices Silver Price Increase
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ