Advertisment

Gold And Silver Rate Update: ସୁନା ଦେଢ ଲକ୍ଷ ଟପିଲା... ୪ ଲକ୍ଷ ହେବ ରୁପା‍!

ଡରାଉଛି ସୁନା, କମୁନି ରୁପା। ବଜାରରେ ହୁ ହୁ ହେଇ ବଢ଼ୁଛି ସୁନା ଓ ରୁପା ଦର। ପ୍ରତିଦିନ ବଢ଼ୁଛି, ପ୍ରତିଦିନ ଛାନିଆ କରୁଛି ରେଟ୍। ସପ୍ତାହକ ଭିତରେ ସୁନା ବଢ଼ିଗଲା ୧୦ ହଜାର ଟଙ୍କା।

Gold And Silver Rate

Gold And Silver Rate Photograph: (OTV)

Advertisment

ଡରାଉଛି ସୁନା, କମୁନି ରୁପା। ବଜାରରେ ହୁ ହୁ ହେଇ ବଢ଼ୁଛି ସୁନା ଓ ରୁପା ଦର। ପ୍ରତିଦିନ ବଢ଼ୁଛି, ପ୍ରତିଦିନ ଛାନିଆ କରୁଛି ରେଟ୍। ସପ୍ତାହକ ଭିତରେ ସୁନା ବଢ଼ିଗଲା ୧୦ ହଜାର ଟଙ୍କା। ଆଜି ଭୁବନେଶ୍ବର ବଜାରରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନାର ଦାମ ୧ ଲକ୍ଷ ୪୧ ହଜାରରୁ ଅଧିକ ରହିଛି। ଯାହା ସପ୍ତାହକ ତଳେ ୧ ଲକ୍ଷ ୩୧ ହଜାର ଥିଲା। 

Advertisment

ସେହିପରି ୨୪ କ୍ୟାରେଟ୍ ପହଞ୍ଚିଛି ୧ ଲକ୍ଷ ୫୪ ହଜାରରୁ ଅଧିକରେ। ରୁପା ତ ଯେମିତି ବୋଲ ହିଁ ମାନୁନି। ଆଜି ରୁପା କିଲୋ ୩ ଲକ୍ଷ ୪୦ ହଜାରରେ ବିକ୍ରି ହେଉଛି। ମାସକ ମଧ୍ୟରେ ଲକ୍ଷେ ଟଙ୍କାରୁ ଅଧିକ ବଢ଼ିଛି ରୁପା।  

କାହିଁକି ଏତେ ବଢ଼ୁଛି ସୁନା ଦର ? 

ସୁନାରେ ନିବେଶ ବଢ଼ୁଥିବାରୁ ସୁନାଦର ଆକାଶ ଛୁଆଁ ହେଉଛି
ଡଲାର ମୂଲ୍ୟ ହ୍ରାସ ସୁନା ଦର ବୃଦ୍ଧିର କାରଣ
ଆମେରିକାରେ ସୁଧହାର ହ୍ରାସ ଆକଳନ ପରେ ସୁନାରେ ବଢ଼ିଛି ନିବେଶ
ସୁନାରେ ନିବେଶକୁ ନିରାପଦ ମଣୁଛନ୍ତି ନିବେଶକ
ଜିଓପଲିଟିକାଲ ଟେନସନ ଓ ଟ୍ରେଡ ୱାର ଯୋଗୁ ସୁନାରେ ବଢ଼ୁଛି ନିବେଶ
ବିଭିନ୍ନ ଦେଶର ସେଣ୍ଟ୍ରାଲ ବ୍ୟାଙ୍କ ସୁନା କିଣୁଥିବାରୁ ଦର ବଢ଼ୁଛି
ଆସନ୍ତାବର୍ଷ ସୁଧହାର ହ୍ରାସ ନେଇ ଆକଳନ ସୁନା ପ୍ରତି ଆଗ୍ରହ ବଢ଼ାଉଛି

Advertisment
Silver Price Increase Gold Rate Today Silver Price Gold Silver Price Today Gold Rate gold rate hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ