Gold And Silver Rate Photograph: (OTV)
ଡରାଉଛି ସୁନା, କମୁନି ରୁପା। ବଜାରରେ ହୁ ହୁ ହେଇ ବଢ଼ୁଛି ସୁନା ଓ ରୁପା ଦର। ପ୍ରତିଦିନ ବଢ଼ୁଛି, ପ୍ରତିଦିନ ଛାନିଆ କରୁଛି ରେଟ୍। ସପ୍ତାହକ ଭିତରେ ସୁନା ବଢ଼ିଗଲା ୧୦ ହଜାର ଟଙ୍କା। ଆଜି ଭୁବନେଶ୍ବର ବଜାରରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନାର ଦାମ ୧ ଲକ୍ଷ ୪୧ ହଜାରରୁ ଅଧିକ ରହିଛି। ଯାହା ସପ୍ତାହକ ତଳେ ୧ ଲକ୍ଷ ୩୧ ହଜାର ଥିଲା।
ସେହିପରି ୨୪ କ୍ୟାରେଟ୍ ପହଞ୍ଚିଛି ୧ ଲକ୍ଷ ୫୪ ହଜାରରୁ ଅଧିକରେ। ରୁପା ତ ଯେମିତି ବୋଲ ହିଁ ମାନୁନି। ଆଜି ରୁପା କିଲୋ ୩ ଲକ୍ଷ ୪୦ ହଜାରରେ ବିକ୍ରି ହେଉଛି। ମାସକ ମଧ୍ୟରେ ଲକ୍ଷେ ଟଙ୍କାରୁ ଅଧିକ ବଢ଼ିଛି ରୁପା।
କାହିଁକି ଏତେ ବଢ଼ୁଛି ସୁନା ଦର ?
ସୁନାରେ ନିବେଶ ବଢ଼ୁଥିବାରୁ ସୁନାଦର ଆକାଶ ଛୁଆଁ ହେଉଛି
ଡଲାର ମୂଲ୍ୟ ହ୍ରାସ ସୁନା ଦର ବୃଦ୍ଧିର କାରଣ
ଆମେରିକାରେ ସୁଧହାର ହ୍ରାସ ଆକଳନ ପରେ ସୁନାରେ ବଢ଼ିଛି ନିବେଶ
ସୁନାରେ ନିବେଶକୁ ନିରାପଦ ମଣୁଛନ୍ତି ନିବେଶକ
ଜିଓପଲିଟିକାଲ ଟେନସନ ଓ ଟ୍ରେଡ ୱାର ଯୋଗୁ ସୁନାରେ ବଢ଼ୁଛି ନିବେଶ
ବିଭିନ୍ନ ଦେଶର ସେଣ୍ଟ୍ରାଲ ବ୍ୟାଙ୍କ ସୁନା କିଣୁଥିବାରୁ ଦର ବଢ଼ୁଛି
ଆସନ୍ତାବର୍ଷ ସୁଧହାର ହ୍ରାସ ନେଇ ଆକଳନ ସୁନା ପ୍ରତି ଆଗ୍ରହ ବଢ଼ାଉଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/21/gold-and-silver-rate-2026-01-21-12-05-46.jpg)