Advertisment

Gold Price Update: ପୁଣି ବଢିଲା ସୁନା ଓ ରୁପା ଦର, କିଣିବା ପୂର୍ବରୁ ଜାଣନ୍ତୁ

ଆଜି ପୁଣି ବଢିଛି ସୁନା ଦର। ୨୪ କ୍ୟାରେଟ୍ ସୁନା ଦର ୨୨୯୦ ଟଙ୍କା ବଢିଥିବା ବେଳେ ରୁପା ମଧ୍ୟ ବଢିଛି। ରୁପା କେଜି ପିଛା ୧୦ ହଜାର ଟଙ୍କା ବୃଦ୍ଧି ପାଇଛି।

Gold Price Increase

Gold Price Increase Photograph: (OTV)

Advertisment

କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ବଢିଛି ସୁନା ଦର। ଗତକାଲି ତୁଳନାରେ ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୨୨୯୦ ଟଙ୍କା ବୃଦ୍ଧି ପାଇଛି।

Advertisment

ଗତକାଲି ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ୧ ଲକ୍ଷ ୫୪ ହଜାର ୨୦୦ ଟଙ୍କା ଥିବା ବେଳେ ଆଜି ତାହା ୧ ଲକ୍ଷ ୫୬ ହଜାର ୪୯୦ ଟଙ୍କାକୁ ଛୁଇଁଛି। 

ସେହିପରି ଗତ କାଲି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧ ଲକ୍ଷ ୪୧ ହଜାର ୩୫୦ ଟଙ୍କା ଥିବା ବେଳେ ଆଜି ୨୧୦୦ ଟଙ୍କା ବଢି ୧ ଲକ୍ଷ ୪୩ ହଜାର ୪୫୦ ଟଙ୍କା ହୋଇଛି। 

Advertisment

୧୮ କ୍ୟାରେଟ୍ ସୁନା ଦର ଗତ କାଲି ୧ ଲକ୍ଷ ୧୫ ହଜାର ୬୫୦ ଟଙ୍କା ଥିବା ବେଳେ ଆଜି ୧୭୨୦ ଟଙ୍କା ବଢି ୧ ଲକ୍ଷ ୧୭ ହଜାର ୩୭୦ ଟଙ୍କାରେ ପହଞ୍ଚିଛି।
ଅନ୍ୟପଟେ ରୁପା କେଜି ପିଛା ୧୦ ହଜାର ବଢ଼ିଛି। ଗତ କାଲି ୨ ଲକ୍ଷ ୬୦ ହଜାର ଟଙ୍କା ଥିବା ବେଳେ ଆଜି ୨ ଲକ୍ଷ ୭୦ ହଜାର ଟଙ୍କାରେ ପହଞ୍ଚିଛି ରୁପା ଦର।

Silver Price Gold Price Increased Silver Price Increase Gold Rate Today Gold Silver Price Today Gold & Silver Price Updates gold price updates gold rate hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ