Advertisment

ସୁନା, ରୂପା ଦରରେ ବଡ଼ ଧରଣର ହ୍ରାସ

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ଯୋଗୁ ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ବିଶ୍ୱ ବଜାରରେ ସୁନା ଦର ହ୍ରାସ ଓ ଚଳିତ ବଜେଟ୍‌ରେ ଆମଦାନୀ ଶୁଳ୍କ ହ୍ରାସ ଘୋଷଣା ପରେ ୪ ଦିନରେ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ପାଖାପାଖି ୨,୦୦୦ ଟଙ୍କା ହ୍ରାସ ପାଇଥିଲା। Multi Commodity Exchange(MCX)ରେ ସୁନା ଦର ୦.୫୬% ହ୍ରାସ ସହ ପ୍ରତି ୧୦ ଗ୍ରାମକୁ […]

ସୁନା, ରୂପା ଦରରେ ବଡ଼ ଧରଣର ହ୍ରାସ

gold

Advertisment

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ଯୋଗୁ ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ବିଶ୍ୱ ବଜାରରେ ସୁନା ଦର ହ୍ରାସ ଓ ଚଳିତ ବଜେଟ୍‌ରେ ଆମଦାନୀ ଶୁଳ୍କ ହ୍ରାସ ଘୋଷଣା ପରେ ୪ ଦିନରେ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ପାଖାପାଖି ୨,୦୦୦ ଟଙ୍କା ହ୍ରାସ ପାଇଥିଲା।

Advertisment

Multi Commodity Exchange(MCX)ରେ ସୁନା ଦର ୦.୫୬% ହ୍ରାସ ସହ ପ୍ରତି ୧୦ ଗ୍ରାମକୁ ୪୭,୫୪୯ ଟଙ୍କାରେ ପହଞ୍ଚିଥିଲା। ସେହିପରି MCXରେ ରୂପା ଦର ୧ ପ୍ରତିଶତ ହ୍ରାସ ପାଇ ପ୍ରତି କି.ଗ୍ରା.କୁ ୬୭,୮୪୮ ଟଙ୍କାରେ ପହଞ୍ଚିଛି। ଚତୁର୍ଥ ଦିନ ପାଇଁ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି।

ଏକ୍ସପର୍ଟଙ୍କ କହିବା ଅନୁସାରେ, ସୁନା ଦରରେ ହ୍ରାସ ଓ ଅର୍ଥନୀତି ବ୍ୟବସ୍ଥାରେ ଉନ୍ନତି ଯୋଗୁ ଭାରତରେର ଆଗାମୀ ଦିନରେ ସୁନାର ଚାହିଦା ବଢ଼ିପାରେ।

Advertisment

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୯୬୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୮, ୦୦୦ଟଙ୍କା ରହିଛି। ଗତକାଲି ସୁନା ପ୍ରତି ୧୦ ଗ୍ରାମକୁ ୪୯,୦୦୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୯,୦୦୦ଟଙ୍କା ଥିଲା।

Gold Price Latest Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ