Advertisment

ସୁକନ୍ୟା ସମୃଦ୍ଧି ଯୋଜନା ନିୟମ ବଦଳିଲା, ବାର୍ଷିକ ଜମାରାଶି ସର୍ବନିମ୍ନ ୨୫୦ ଟଙ୍କା ହେଲା

ନୂଆଦିଲ୍ଲୀ: ସୁକନ୍ୟା ସମୃଦ୍ଧି ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ଲକ୍ଷରେ ସରକାର ଏହି ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ବାର୍ଷିକ ଜମାରାଶି ସର୍ବନିମ୍ନ ୧୦୦୦ ଟଙ୍କା ଥିବାବେଳେ ଏବେ ଏହାକୁ କମାଇ ୨୫୦ ଟଙ୍କା କରିଛନ୍ତି ସରକାର। ପରିବର୍ତ୍ତିତ ନିୟମ ଅନୁଯାୟୀ, ବର୍ତ୍ତମାନ କେବଳ ୨୫୦ ଟଙ୍କାରେ ହିଁ ଖାତା ଖୋଲାଯାଇ ପାରିବ। ଏଥିସହିତ ପ୍ରତିବର୍ଷ ୧୦୦୦ ଟଙ୍କା ବଦଳରେ ଏବେ ୨୫୦ ଟଙ୍କା ଜମା କରିହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ […]

ସୁକନ୍ୟା ସମୃଦ୍ଧି ଯୋଜନା ନିୟମ ବଦଳିଲା, ବାର୍ଷିକ ଜମାରାଶି ସର୍ବନିମ୍ନ ୨୫୦ ଟଙ୍କା ହେଲା

sukanya

Advertisment

ନୂଆଦିଲ୍ଲୀ: ସୁକନ୍ୟା ସମୃଦ୍ଧି ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ଲକ୍ଷରେ ସରକାର ଏହି ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ବାର୍ଷିକ ଜମାରାଶି ସର୍ବନିମ୍ନ ୧୦୦୦ ଟଙ୍କା ଥିବାବେଳେ ଏବେ ଏହାକୁ କମାଇ ୨୫୦ ଟଙ୍କା କରିଛନ୍ତି ସରକାର।

Advertisment

ପରିବର୍ତ୍ତିତ ନିୟମ ଅନୁଯାୟୀ, ବର୍ତ୍ତମାନ କେବଳ ୨୫୦ ଟଙ୍କାରେ ହିଁ ଖାତା ଖୋଲାଯାଇ ପାରିବ। ଏଥିସହିତ ପ୍ରତିବର୍ଷ ୧୦୦୦ ଟଙ୍କା ବଦଳରେ ଏବେ ୨୫୦ ଟଙ୍କା ଜମା କରିହେବ।

sukanya jojana

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ତାଙ୍କ ୨୦୧୮-୧୯ ବଜେଟ୍‌ ଭାଷଣରେ କହିଥିଲେ କି, ଜାନୁଆରୀ ୨୦୧୫ରେ ଆରମ୍ଭ କରାଯାଇଥିବା ସୁକନ୍ୟା ସମୃଦ୍ଧି ଖାତା ଯୋଜନାକୁ ବହୁ ସଫଳତା ମିଳିଛି। ସେ କହିଥିଲେ ନଭେମ୍ବର ୨୦୧୭ ପର୍ଯ୍ୟନ୍ତ ଦେଶରେ ଛୋଟ ଝିଅଙ୍କ ନାମରେ ୧.୨୬ କୋଟି ଖାତା ଖୋଲାଯାଇସାରିଛି। ଏହି ଖାତାରେ ୧୯ ହଜାର ୧୮୩ କୋଟି ଟଙ୍କା ଜମା ହୋଇଛି।

Advertisment

ସରକାରଙ୍କ  ନୂତନ ନିୟମ ଅନୁଯାୟୀ ଏହି ଯୋଜନାରେ ପ୍ରତି ୩ ମାସରେ ଥରେ ସୁଧହାର ପରିବର୍ତ୍ତନ ହୋଇଥାଏ। ତେବେ ଚଳିତ ଜୁଲାଇ-ସେପ୍ଟେମ୍ବର ପର୍ଯ୍ୟନ୍ତ ୮.୧ ପ୍ରତିଶତ ସୁଧହାର ସ୍ଥିର କରାଯାଇଛି। ଏହି ଯୋଜନାରେ ସାମିଲ ହେବାପାଇଁ ହେଲେ ଯେକୌଣସି ୧୦ ବର୍ଷରୁ କମ୍‌ ବୟସର ଝିଅର ବାପା ମା’ କିମ୍ବା ଆଇନ ଅନୁଯାୟୀ ସ୍ୱୀକୃତିପ୍ରାପ୍ତ ଅଭିଭାବକ ଏହି ଖାତା ଖୋଲିପାରିବେ। ଏହି ଖାତା ସମସ୍ତ ଡାକଘର ଓ ସରକାରୀ ବ୍ୟାଙ୍କରେ ଖୋଲାଯାଇପାରିବ।sukanya-samriddhi-yojana

ଇନକମ୍‌ ଟ୍ୟକ୍ସ ଆକ୍ଟ ୮୦ସି ଅନୁଯାୟୀ ଏହି ଖାତାରେ ଜମା ରାଶି ସହିତ ସମସ୍ତ ମ୍ୟାଚୁରିଟି ଉପରେ ଟ୍ୟାକ୍ସ ବାବଦକୁ କୌଣସି ଟଙ୍କା କଟିନଥାଏ। ତା’ ଛଡ଼ା ଏହି ଆକାଉଣ୍ଟରେ ଜମା ରଖୁଥିବା ବ୍ୟକ୍ତିବିଶେଷ ମଧ୍ୟ ଆୟକର ରିହାତି ପାଇପାରିବେ। ଏହି ଖାତାରେ ପ୍ରତି ବର୍ଷ ସର୍ବାଧିକ ୧ ଲକ୍ଷ ୫୦ ହଜାର ଟଙ୍କା ଜମା କରିହେବ। ଯୋଜନା ଅନୁଯାୟୀ ଏହି ଖାତା ଖୋଲାହେବା ତାରିଖଠାରୁ ୨୧ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ। ତେବେ ଖାତା ଖୋଲିବାର ତାରିଖରୁ ୧୪ ବର୍ଷ ପର୍ଯ୍ୟନ୍ତ ଏହି ଖାତାରେ ଜମା ରଖିବାର ନିୟମ ରହିଛି। ଝିଅର ବୟସ ୨୧ ବର୍ଷ ହେଲା ପରେ ସେ ଏହି ରାଶିକୁ ଉଠାଇ ପାରିବ। ଝିଅକୁ ୧୮ ବର୍ଷ ହେବା ପରେ ଜମାରାଶିର ୫୦ ପ୍ରତିଶତ ଝିଅର ପାଠପଢ଼ା ଉଦ୍ଦେଶ୍ୟରେ ଉଠାଯାଇପାରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ