ଖସୁଛି ରୁପା ଦର; ରୁପା କେଜି ପିଛା ୨ ଲକ୍ଷ ୭୫ ହଜାର Photograph: (OTV)
ଖସୁଛି ରୁପା ଦର। ରୁପା କେଜି ପିଛା ୨ ଲକ୍ଷ ୭୫ ହଜାର ରହିଛି ଆଜିର ଦର। ଏକଦା ରୁପା କେଜି ୪ ଲକ୍ଷରେ ପହଞ୍ଚିଥିବେଳେ ଧିରେ ଧିରେ ଖସି ଏହା ୨ ଲକ୍ଷ ୭୫ ହଜାରରେ ପହଞ୍ଚିଛି। ପ୍ରତ୍ୟେକ ଦିନ ଗୋଲ୍ଟ-ସିଲଭର ପ୍ରାଇସ୍ ବଢ଼ୁଛି ଖସୁଛି । ଗତ ୪ ଦିନ ହେବ ଦର ଅପରିବର୍ତ୍ତିତ ରହି ରୁପା କେଜି ପ୍ରତି ୨ ଲକ୍ଷ ୮୦ ହଜାର ଟଙ୍କା ରହିଥିଲା।
ସବୁଠାରୁ ବଡ଼ କଥା ହେଉଛି, ସୁନା ଓ ହୀରା ଠାରୁ ପ୍ଲାଟିନମକୁ ଆହୁରି ମୂଲ୍ୟବାନ ବୋଲି ମନାଯାଏ । ହେଲେ ବର୍ତ୍ତମାନ ପ୍ଲାଟିନମର ମୂଲ୍ୟ ଠାରୁ ଢେର ଆଗକୁ ଯାଇସାରିଛି ସୁନା ଦର । ଫଳରେ ପ୍ଲାଟିନମ ସୁନା ଆଗରେ ଫିକା ପଡ଼ିଛି। ସୁନା ଦର ଅହେତୁକ ବଢିଥିବାବେଳେ ରୁପା ପ୍ରତି ଆଗ୍ରହ ହେଉଛନ୍ତି ଗ୍ରାହକ।
- କମିଚାଲିଛି ରୁପା ଦର
- ରୁପା କେଜି ପିଛା ୨ ଲକ୍ଷ ୭୫ ହଜାର
- ଗ୍ରାହକଙ୍କୁ ମିଳିଲା ସାମାନ୍ୟ ଆଶ୍ବସ୍ତି
- ରୁପା ଖସିବାକୁ ନେଇ ଗ୍ରାହକ ଖୁସି
- ଅଳଙ୍କାର କିଣିଲେ ପକେଟ୍ ଖାଲି
- ଗୋଡ଼ର ରୁପା ପାଉଁଜି ପାଖାପାଖି ୫ ହଜାର
- ବିବାହ ଲାଗି ପାଉଁଜି କିଣିଲେ ୧୦ ହଜାର ଉପରେ
- ଗୋଡ଼ର ମୁଦି ପାଖାପାଖି ୧ ହଜାର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/17/silver-price-falls-2026-02-17-18-45-41.jpg)