Share Market Photograph: (OTV)
ଇରାନ-ଆମେରିକା ଯୁଦ୍ଧ ପ୍ରଭାବରେ ଖସିଲା ଭାରତୀୟ ସେୟାର ବଜାର। ଷ୍ଟକ୍ ମାର୍କେଟ୍ ଖୋଲିବା ମାତ୍ରେ କ୍ରାସ୍ ହୋଇଗଲା! ସେନସେକ୍ସ ୨୭୦୦ ପଏଣ୍ଟ ହ୍ରାସ ପାଇଛି। ଆମେରିକା, ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦ ବିଶ୍ୱ ବଜାରରେ କୋଟି କୋଟି ଟଙ୍କା କ୍ଷତିହୋଇଛି। ଭାରତୀୟ ନିବେଶକମାନେ ମଧ୍ୟ କ୍ଷତି ସହିଛନ୍ତି।
ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନାରୁ ଭାରତୀୟ ସେୟାର ପ୍ରଭାବିତ ହୋଇଛି। ସେନସେକ୍ସ ଏବଂ ନିଫଟି ତାସର ଘର ପରି ଭୁଶୁଡି ଯାଇଛି। ବଜାର ଖୋଲିବା ପୂର୍ବରୁ BSE ସେନସେକ୍ସ ୨ ହଜାର ୭୪୩ ପଏଣ୍ଟ ହ୍ରାସ ପାଇ ୭୮ ହଜାର ୫୪୩କୁ ଖସିଆସିଥିଲା। ସେହିପରି ନିଫଟି 50 ମଧ୍ୟ ୫ଶହ ପଏଣ୍ଟରୁ ଅଧିକ ହ୍ରାସ ପାଇ ୨୪ ହଜାର ୬୫୯ ତଳକୁ ଖସିଆସିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/02/share-market-2026-03-02-11-39-48.jpg)