Advertisment

ସବୁ ଦୋକାନରେ କ୍ୟୁଆର୍ କୋଡ୍ ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଏଥର ଆପଣ ସବୁ ଦୋକାନଗୁଡ଼ିକରେ କ୍ୟୁଆର୍ କୋଡ୍(QR code) ଆଧାରରେ ପେମେଣ୍ଟ୍ କରିପାରିବେ। ଦେଶରେ ଥିବା ସମସ୍ତ ଛୋଟ ବଡ଼ ଦୋକାନୀମାନେ ଏହି ବ୍ୟବସ୍ଥା ବାଧ୍ୟତାମୂଳକ ଭାବେ ଗ୍ରାହକମାନଙ୍କୁ ଯୋଗାଇ ଦେବେ। ନଗଦ ଟଙ୍କା ନ ଥିଲେ ପେଟିଏମ୍ ଭଳି ମୋବାଇଲ୍ ଓ୍ୱାଲେଟ୍ କମ୍ପାନୀ ଯେଭଳି ଅନଲାଇନ୍ ସେବା ଯୋଗାଇ ଦେଉଛି, ଠିକ୍ ସେହିଭଳି ବ୍ୟବସ୍ଥା ସବୁ ଦୋକାନୀ ନିଜ ପାଖରେ ରଖିବେ। ଏହାଦ୍ୱାରା ଗ୍ରାହକମାନେ ଜିଏସଟି ଲାଭ ପାଇପାରିବେ। ଏହାକୁ ବାଧ୍ୟତାମୂଳକଭାବେ ଲାଗୁ କରିବା […]

ସବୁ ଦୋକାନରେ କ୍ୟୁଆର୍ କୋଡ୍ ହେବ ବାଧ୍ୟତାମୂଳକ

1m

Advertisment

ନୂଆଦିଲ୍ଲୀ: ଏଥର ଆପଣ ସବୁ ଦୋକାନଗୁଡ଼ିକରେ କ୍ୟୁଆର୍ କୋଡ୍(QR code) ଆଧାରରେ ପେମେଣ୍ଟ୍ କରିପାରିବେ। ଦେଶରେ ଥିବା ସମସ୍ତ ଛୋଟ ବଡ଼ ଦୋକାନୀମାନେ ଏହି ବ୍ୟବସ୍ଥା ବାଧ୍ୟତାମୂଳକ ଭାବେ ଗ୍ରାହକମାନଙ୍କୁ ଯୋଗାଇ ଦେବେ। ନଗଦ ଟଙ୍କା ନ ଥିଲେ ପେଟିଏମ୍ ଭଳି ମୋବାଇଲ୍ ଓ୍ୱାଲେଟ୍ କମ୍ପାନୀ ଯେଭଳି ଅନଲାଇନ୍ ସେବା ଯୋଗାଇ ଦେଉଛି, ଠିକ୍ ସେହିଭଳି ବ୍ୟବସ୍ଥା ସବୁ ଦୋକାନୀ ନିଜ ପାଖରେ ରଖିବେ।

Advertisment

ଏହାଦ୍ୱାରା ଗ୍ରାହକମାନେ ଜିଏସଟି ଲାଭ ପାଇପାରିବେ। ଏହାକୁ ବାଧ୍ୟତାମୂଳକଭାବେ ଲାଗୁ କରିବା ପାଇଁ ସରକାର ଯୋଜନା କରୁଛନ୍ତି। ଏହା ହେଲେ ଉଭୟ ଗ୍ରାହକ, ଦୋକାନୀ ତଥା ରେଷ୍ଟୁରାଣ୍ଟ୍ ମାଲିକ ମାନେ ଉପକୃତ ହେବେ। ଏ ବାବଦରେ ଖବର ରଖିଥିବା ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏଥିପାଇଁ ନ୍ୟାଶନାଲ୍ ପେମେଣ୍ଟ୍ କର୍ପୋରେଶନ ଅଫ୍ ଇଣ୍ଡିଆ(ଏନପିସିଆଇ) ଗୁରୁଦାୟିତ୍ୱ ବହନ କରିବ।

ସୂତ୍ରରୁ ମିଳିଥିବା ଖବର ଅନୁସାରେ, ବିକଶିତ ରାଷ୍ଟ୍ରଗୁଡ଼ିକରେ QR code ଭିତ୍ତିରେ ପେମେଣ୍ଟକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି। ଏହାଦ୍ୱାରା ଡିଜିଟାଲ୍ ସାକ୍ଷରତା ହାର ବଢ଼ିବା ସହିତ କ୍ୟାଶଲେସ୍ କାରବାର ମଧ୍ୟ ବୃଦ୍ଧି ପାଇଛି।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ