Advertisment

No QR, No Smartphone: ଏଣିକି ଦରକାର ପଡିବନି ଫୋନ କି କାର୍ଡ, ଗୋଟିଏ ଟିପରେ ହୋଇଯିବ ପେମେଣ୍ଟ

ଗୋଟିଏ ଟିପରେ ହୋଇଯିବ ପେମେଣ୍ଟ । ନା ସ୍କାନ କରିବାକୁ ପଡିବ, ନା ସ୍ମାର୍ଟଫୋନ ଦରକାର ହେବ । ଖାଲି ଟିପ ଦେଇ ପେମେଣ୍ଟ କରିପାରିବେ ଆପଣ । ଡିଜିଟାଲ୍ ସେବାକୁ ଆହୁରି ସହଜ କରିବାକୁ ଆସିଲା ନୂଆ ଟେକନିକ୍ । ଯାହାର ନାଁ ଥମ୍ବ ପେ

THUMBPAY DIGITAL PAYMENT

THUMBPAY DIGITAL PAYMENT Photograph: (OTV)

Advertisment

ଆପଣ ଫୋନ ପେ, ଗୁଗୁଲ ପେ’ରେ ଟଙ୍କା ପଠାଉଥିବେ । ଯାହା ପାଇଁ ସ୍ମାର୍ଟଫୋନ ଦରକାର ହୁଏ । କିନ୍ତୁ ଏବେଠୁ ପେମେଣ୍ଟ ପାଇଁ ଆଉ ଦରକାର ପଡିବନି ଫୋନ । ହଁ ଆଜ୍ଞା ! ଡିଜିଟାଲ୍ ସେବାକୁ ଆହୁରି ସହଜ ଓ ସରଳ କରିବାକୁ ଆସିଲା ନୂଆ ଟେକ୍ନୋଲୋଜି । ଏଥିରେ ନା ପକେଟରେ କ୍ୟାସ୍ ରଖିବାକୁ ପଡିବ, ନା ଡେବିଟ-କ୍ରେଡିଟ କାର୍ଡ କିମ୍ବା ମୋବାଇଲ ୱାଲେଟ୍‌ ଦରକାର ହେବ । କେବଳ ଟିପ ବା ଫିଙ୍ଗରପ୍ରିଣ୍ଟ ଦେଇ ଅତି ସହଜରେ କରିପାରିବେ ପେମେଣ୍ଟ । 

Advertisment

ଭାରତୀୟ ଷ୍ଟାର୍ଟଅପ୍ କମ୍ପାନୀ ପ୍ରୋକ୍ସଜି ଡେଭଲପ୍ କରିଛି ଏମିତି ଏକ ଡିଭାଇସ, ଯାହାର ନାଁ ଥମ୍ବ ପେ (ThumbPay) । ଏହି ଡିଭାଇସକୁ ଆଧାର ଓ UPI ସହ ଯୋଡା ଯାଇଛି । ଏହା ବାୟୋମେଟ୍ରିକ ଅଥେଣ୍ଟିକେସନ ଜରିଆରେ ପେମେଣ୍ଟ ସୁବିଧା ଦେଉଛି । କୌଣସି ଦୋକାନ, ପେଟ୍ରୋଲ ପମ୍ପ ଓ ସୋ ରୁମ୍‌ରେ ପେମେଣ୍ଟ ବେଳେ ଆପଣଙ୍କୁ କେବଳ ଟିପ ଦେବାକୁ ହେବ, ଆଉ ତୁରନ୍ତ ହୋଇଯିବ ପେମେଣ୍ଟ ।  

ଜାଣନ୍ତୁ କେମିତି କାମ କରିବ ThumbPay ?

ଗ୍ରାହକମାନଙ୍କୁ ପେମେଣ୍ଟ କରିବା ପାଇଁ ThumbPay ଡିଭାଇସ ଉପରେ କେବଳ ଟିପ ଦେବାକୁ ପଡିବ । ଡିଭାଇସ ତୁରନ୍ତ ତାଙ୍କ ପରିଚୟକୁ ଆଧାର ସହ ମ୍ୟାଚ୍ କରିବ । ପରିଚୟ କନଫର୍ମ ହେବା ମାତ୍ରେ UPI ଜରିଆରେ ଆଧାର ଲିଙ୍କଡ୍ ବ୍ୟାଙ୍କ ଆକାଉଣ୍ଟରୁ ଟ୍ରାନ୍ସଫର ହୋଇଯିବ ପଇସା । ଏ ପୂରା ପ୍ରକ୍ରିୟାରେ ନା ମୋବାଇଲ ଦରକାର ନା QR କୋଡ୍ ।

Advertisment

ଏହି ଡିଭାଇସରେ ସାର୍ଟିଫାଏଡ ଫିଙ୍ଗରପ୍ରିଣ୍ଟ ସ୍କାନର ଲଗାଯାଇଛି । ଯାହା ଫ୍ରଡ ଡିଟେକ୍ସନ ସହ ଆସିଥାଏ । ତେଣୁ ଠକେଇ ସମ୍ଭାବନା କମ୍ । ଏଥିରେ ଭେରିଫିକେସନ ପାଇଁ ଛୋଟ କ୍ୟାମେରା ଓ ସ୍ୱଚ୍ଛତା ପାଇଁ ୟୁବି ଷ୍ଟେରିଲାଇଜେସନ ସିଷ୍ଟମ ଦିଆଯାଇଛି ।  UPI ସାଉଣ୍ଡବକ୍ସ ସହ WIFI କନେକ୍ସନ ସୁବିଧା ମଧ୍ୟ ରହିଛି । 

ThumbPay ଡିଭାଇସ୍‌ର ଦାମ୍ ରହିଛି ୨୦୦୦ ଟଙ୍କା । ଯାହା ବଡ ବଡ ସୋ ରୁମ୍‌ ଠାରୁ ଆରମ୍ଭ କରି ଛୋଟ ବ୍ୟବସାୟୀମାନେ ବି ବ୍ୟବହାର କରିପାରିବେ । 

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ