Advertisment

LPG Cylinder Price Hiked: ବଢିଲା ଏଲପିଜି ସିଲିଣ୍ଡର ମୂଲ୍ୟ, ଆଜିଠାରୁ ବର୍ଦ୍ଧିତ ଦର ଲାଗୁ

ଆଜିଠୁ ବଢ଼ିଲା LPG ଦର। ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି। ୧୪.୨ କେଜି ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି। ବ୍ୟବସାୟିକ LPG ସିଲିଣ୍ଡର ୧୧୫ ଟଙ୍କା ବୃଦ୍ଧି।

LPG Cylinder

LPG Cylinder Photograph: (OTV)

Advertisment

ରୋଷେଇ ଘରେ ଆମେରିକା-ଇରାନ ଯୁଦ୍ଧର ପ୍ରଭାବ। ଆଜିଠାରୁ ବୃଦ୍ଧି ପାଇଛି ରନ୍ଧନ ଏଲପିଜି ସିଲିଣ୍ଡରର ମୂଲ୍ୟ। ୧୪.୨ କିଲୋ ବିଶିଷ୍ଟ ଗ୍ୟାସ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ୧୯ କେଜି ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ୧୧୫ ଟଙ୍କା ବୃଦ୍ଧି କରାଯାଇଛି। ସାରା ଦେଶରେ ଲାଗୁ ହୋଇଛି ଏହି ବର୍ଦ୍ଧିତ ଦର। 

Advertisment

ଦିଲ୍ଲୀରେ ୧୪,୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୫୩ ଟଙ୍କାରୁ ୯୧୩ ଟଙ୍କାକୁ ବୃଦ୍ଧି ପାଇଛି। ମୁମ୍ବାଇରେ, ଘରୋଇ ଏଲପିଜି ସିଲିଣ୍ଡରର ନୂତନ ମୂଲ୍ୟ ବର୍ତ୍ତମାନ ୯୧୨ ଟଙ୍କା ୫୦ ପଇସା ହୋଇଛି। ଯାହା ପୂର୍ବରୁ ୮୫୨ ଟଙ୍କା ୫୦ ପଇସା ଥିଲା।

ଚେନ୍ନାଇରେ ଏହା ୮୬୮ ଟଙ୍କା ୫୦ ପଇସାରୁ ୯୨୮ ଟଙ୍କା ୫୦ ପଇସା ହୋଇଛି। ସଂଶୋଧିତ ଦର ଆଜିଠାରୁ ତୁରନ୍ତ କାର୍ଯ୍ୟକାରୀ ହୋଇଛି। ଦିଲ୍ଲୀରେ ୧୯ କେଜି ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୭୬୮ ଟଙ୍କା ୫୦ ପଇସାରୁ ବୃଦ୍ଧି ପାଇ ୧୮୮୩ ଟଙ୍କା ହୋଇଛି। 

Advertisment

ମୁମ୍ବାଇରେ ୧୭୨୦ ଟଙ୍କା ୫୦ ପଇସାରୁ ବୃଦ୍ଧି ପାଇ ୧୮୩୫ ଟଙ୍କା ହୋଇଛି। ସେହିପରି କୋଲକାତାରେ ୧୮୭୫ ଟଙ୍କା ୫୦ ପଇସାର ବୃଦ୍ଧି ପାଇ ୧୯୯୦ ଟଙ୍କା ହୋଇଛି। ଚେନ୍ନାଇରେ ଏହା ୧୯୨୯ ଟଙ୍କାରୁ ବୃଦ୍ଧି ପାଇ ୨୦୪୩ ଟଙ୍କା ୫୦ ପଇସା ହୋଇଛି। ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଗତ ବର୍ଷ ୨୦୨୫ ଏପ୍ରିଲରୁ ଅପରିବର୍ତ୍ତିତ ଥିଲା।

LPG Cylinder Price Increased LPG Cylinder Price Hike LPG Cylinder Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ