Advertisment

Gold Rate Today: ହୁ ହୁ ହୋଇ ବଢୁଛି ସୁନା, ଆଜି କେତେ ବଢିଲା ଜାଣନ୍ତୁ

ଲଗାତାର କିଛି ମାସ ଧରି ସୁନା ଦର ବୃଦ୍ଧି ହେଉଥିବା କାରଣରୁ ଚିନ୍ତାରେ ଗ୍ରାହକ। ଆଜି ମଧ୍ୟ ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇଛି। ଜାଣନ୍ତୁ କେତେ ରହିଛି ସୁନା ଦର।

Gold Rate Increases

Gold Rate Increases Photograph: (OTV)

Advertisment

ମୂଲ୍ୟବାନ ଧାତୁ ସୁନା କିଣିବା ପାଇଁ ସବୁବେଳେ ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ଥାଏ। କିନ୍ତୁ ସୁନା ଓ ରୁପା ଦର ସବୁବେଳେ ପରିବର୍ତ୍ତନଶୀଳ। ଲଗାତାର କିଛି ମାସ ଧରି ସୁନା ଦର ବୃଦ୍ଧି ହେଉଥିବା କାରଣରୁ ଏବେ ଚିନ୍ତାରେ ଗ୍ରାହକ। ବର୍ତ୍ତମାନ ବାହାଘର ସିଜିନ୍ ଥିବା ବେଳେ ସୁନା ଦର ବୃଦ୍ଧି ହେବା ଯୋଗୁଁ ଗ୍ରାହକଙ୍କ ମନରେ ଛନକା ପଶିଛି। ଆଜି ମଧ୍ୟ ସୁନା ଓ ରୁପା ଦରରେ ବ୍ୟାପକ ପରିବର୍ତ୍ତନ ହୋଇଛି। 

Advertisment

ଜାଣନ୍ତୁ କେତେ ରହିଛି ସୁନା ଦର:-

ଗତ କାଲି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୪୬,୨୪୦ ଟଙ୍କା ଥିବା ବେଳେ ଆଜି ୨,୧୩୦ ଟଙ୍କା ବଢି ୧,୪୮,୩୭୦ ଟଙ୍କା ହୋଇଛି। ସେହିପରି ଗତ କାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୩୪,୦୫୦ ଟଙ୍କା ଥିବା ବେଳେ ଆଜି ୧୯୫୦ ଟଙ୍କା ବୃଦ୍ଧି ଘଟି ୧,୩୬,୦୦୦ ଟଙ୍କା ହୋଇଛି। ଗତ କାଲି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୦୯,୬୮୦ ଟଙ୍କା ଥିବା ବେଳେ ଆଜି ୧୬୦୦ ଟଙ୍କା ବଢି ୧,୧୧,୨୮୦ ଟଙ୍କା ହୋଇଛି।

ଅନ୍ୟପଟେ ରୂପା ଦର ମଧ୍ୟ ଅହେତୁକ ବୃଦ୍ଧି ପାଇଛି। ସୁନା ସହ ତାଳ ଦେଇ ରୁପା ବଢିବାରେ ଲାଗିଛି। ଗତ କାଲି ଭୁବନେଶ୍ବରରେ ୧ କିଲୋଗ୍ରାମ୍ ପିଛା ୩,୧୮,୦୦୦ ଟଙ୍କା ଥିବା ବେଳେ ଆଜି ଏକା ଥରକେ ୧୨,୦୦୦ ଟଙ୍କା ବଢି ଯାଇଛି। ଯାହା ଫଳରେ ରୁପା ଦର ୩,୩୦,୦୦୦ ଟଙ୍କାରେ ପହଞ୍ଚିଛି। 

Advertisment

ଦେଶର ପ୍ରମୁଖ ସହରରେ ସୁନା ଦର କେତେ ରହିଛି ଜାଣନ୍ତୁ (୧ ଗ୍ରାମ୍ ପିଛା):

•    ଚେନ୍ନାଇ: ୨୪ କ୍ୟାରେଟ- ୧୪,୮୪୮ ଟଙ୍କା, ୨୨ କ୍ୟାରେଟ୍- ୧୩,୬୧୦ ଟଙ୍କା, ୧୮ କ୍ୟାରେଟ୍- ୧୧,୩୫୫ ଟଙ୍କା
•    ଦିଲ୍ଲୀ: ୨୪ କ୍ୟାରେଟ- ୧୪,୭୪୩ ଟଙ୍କା, ୨୨ କ୍ୟାରେଟ୍- ୧୩,୫୧୫ ଟଙ୍କା    , ୧୮ କ୍ୟାରେଟ୍- ୧୧,୦୬୧ ଟଙ୍କା
•    ମୁମ୍ବାଇ: ୨୪ କ୍ୟାରେଟ- ୧୪,୭୨୮ ଟଙ୍କା, ୨୨ କ୍ୟାରେଟ୍- ୧୩,୫୦୦ ଟଙ୍କା, ୧୮ କ୍ୟାରେଟ୍- ୧୧,୦୪୬ ଟଙ୍କା
•    କୋଲକାତା: ୨୪ କ୍ୟାରେଟ- ୧୪,୭୨୮ ଟଙ୍କା, ୨୨ କ୍ୟାରେଟ୍- ୧୩,୫୦୦ ଟଙ୍କା, ୧୮ କ୍ୟାରେଟ୍- ୧୧,୦୪୬ ଟଙ୍କା
•    ବାଙ୍ଗାଲୋର: ୨୪ କ୍ୟାରେଟ- ୧୪,୭୨୮ ଟଙ୍କା, ୨୨ କ୍ୟାରେଟ୍- ୧୩,୫୦୦ ଟଙ୍କା, ୧୮ କ୍ୟାରେଟ୍- ୧୧,୦୪୬ ଟଙ୍କା
•    ହାଇଦ୍ରାବାଦ: ୨୪ କ୍ୟାରେଟ- ୧୪,୨୧୫ ଟଙ୍କା    , ୨୨ କ୍ୟାରେଟ୍- ୧୩,୦୩୦ ଟଙ୍କା, ୧୮ କ୍ୟାରେଟ୍- ୧୦,୬୬୧ ଟଙ୍କା

Silver Price Increase Silver Price Gold Silver Price Today Gold Price Increase gold price updates Gold Rate Gold Rate Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ