Advertisment

Gold & Silver Prices Surge 3%: ମଧ୍ୟପ୍ରାଚ୍ୟ ଯୁଦ୍ଧ: ବଢ଼ିଲା ସୁନା, ରୁପା... ଆଗକୁ ୨ ଲକ୍ଷ ଟପିବା ସମ୍ଭାବନା

ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ବଢ଼ିଲା ସୁନା ଓ ରୁପା ଦର। ୩ ପ୍ରତିଶତ ଲେଖାଏଁ ବଢ଼ିଲା ସୁନା ଓ ରୁପା ଦର। ୨୪ କ୍ୟାରେଟ୍ ସୁନା ଦର ୫ ହଜାର ଟଙ୍କା ବଢିଛି।

Gold And Silver Price Increase

Gold And Silver Price Increase Photograph: (OTV)

Advertisment

ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ବଢ଼ିଲା ସୁନା ଓ ରୁପା ଦର। ୩ ପ୍ରତିଶତ ଲେଖାଏଁ ବଢ଼ିଲା ସୁନା ଓ ରୁପା ଦର। ୨୪ କ୍ୟାରେଟ୍ ସୁନା ଦର ୫ ହଜାର ଟଙ୍କା ବଢିଛି। ୧୦ ଗ୍ରାମ୍ ସୁନା ଦର ୧ ଲକ୍ଷ ୭୦ ହଜାର ୩୦୯ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ରୁପା ଦର ୯ହଜାର ଟଙ୍କା ବୃଦ୍ଧି ପାଇଛି। ରୁପା ଦର ବୃଦ୍ଧି ପାଇ କେଜି ୩ ଲକ୍ଷ ୨୫ ହଜାର ୧୦୦ ଟଙ୍କାରେ ପହଞ୍ଚିଛି।

Advertisment

ବିଶେଷଜ୍ଞଙ୍କ ମତରେ, ବର୍ଦ୍ଧିତ ଭୂରାଜନୈତିକ ବିପଦ ମୂଲ୍ୟବାନ ଧାତୁରେ ଦ୍ରୁତ ବୃଦ୍ଧି ଆଣିପାରେ। ଏହି ଚରମ ପରିସ୍ଥିତିରେ ବିଶ୍ୱ ସ୍ତରରେ ୬ ହଜାର ଡଲାର କିମ୍ବା ଘରୋଇ ସ୍ତରରେ ୨ ଲକ୍ଷ ଟଙ୍କା ସୁନା ବଢିବାର ଅନେକ ସମ୍ଭାବନା ରହିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁନା ୨୦% ରୁ ଅଧିକ ବୃଦ୍ଧି ପାଇଛି, ଜାନୁଆରୀ ଶେଷ ଭାଗରେ ରେକର୍ଡ ଉଚ୍ଚତାରୁ ତୀବ୍ର ହ୍ରାସ ପରେ ପୁଣି ଥରେ ୫ ହଜାର ଡଲାର ପ୍ରତି ଆଉନ୍ସ ଉପରେ ସ୍ଥିର ହୋଇଛି।

Silver Price Increase Gold Price Increase Gold & Silver Price Updates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ