Advertisment

Gold Prices Drop: ଯୁଦ୍ଧ ମଧ୍ୟରେ ଗ୍ରାହକଙ୍କ ପାଇଁ ଖୁସି ଖବର, ଖସିଲା ସୁନା ଦର

ଖସିଲା ସୁନା ଦର। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆଜି ସୁନା ଦର ହ୍ରାସ ପାଇଛି। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୧୯୬୦ ଟଙ୍କା ହ୍ରାସ ପାଇଛି। ରୁପା ଦର ଅପରିବର୍ତ୍ତିତ ରହିଛି।

Gold Rate

Gold Rate Photograph: (OTV)

Advertisment

ଖସିଲା ସୁନା ଦର। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆଜି ସୁନା ଦର ହ୍ରାସ ପାଇଛି। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୧୯୬୦ ଟଙ୍କା ହ୍ରାସ ପାଇଛି। ୨୪ କ୍ୟାରେଟ ସୁନା ୧୦ ଗ୍ରାମ୍ ପ୍ରତି ଦର ଆଜି ୧ ଲକ୍ଷ ୬୧ ହଜାର ୬୮୦ ଟଙ୍କାରେ ପହଞ୍ଚିଛି। ଗତକାଲି ଏହି ଦର ୧ ଲକ୍ଷ ୬୩ ହଜାର ୬୪୦ ଟଙ୍କା ଥିଲା। 

Advertisment

ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଦର ୧୮୦୦ ଟଙ୍କା ହ୍ରାସ ପାଇଛି।୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଦର ଆଜି ୧ ଲକ୍ଷ ୪୮ ହଜାର ୨୦୦ ଟଙ୍କାରେ ପହଞ୍ଚିଛି। ଗତକାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ଦର ୧ ଲକ୍ଷ ୫୦ ହଜାର ଟଙ୍କା ରହିଥିଲା।

୧୮ କ୍ୟାରେଟ୍ ସୁନା ଦର ୧୪୭୦ ଟଙ୍କା କମି ୧ ଲକ୍ଷ ୨୧ ହଜାର ୨୬୦ ଟଙ୍କା ହୋଇଛି। ଗତ କାଲି ୧ ଲକ୍ଷ ୨୨ ହଜାର ୭୩୦ ଟଙ୍କା ଥିଲା। 
ଅନ୍ୟପଟେ ରୁପା ଦର ଗତ ତିନି ଦିନ ଧରି ସ୍ଥିର ରହିଛି। ରୁପା ଦର ଅପରିବର୍ତ୍ତିତ ରହି ୨ ଲକ୍ଷ ୯୦ ହଜାର ଟଙ୍କା ହୋଇଛି।

Advertisment
Gold Prices Fall gold price drop
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ