Gold And Silver Rate Today Photograph: (OTV)
ପୁଣି ଖସିଲା ସୁନା, ରୁପା ଦର। ୨୪ କ୍ୟାରେଟ୍ ସୁନା ଦର ୫ ହଜାର ୨୦ ଟଙ୍କା ହ୍ରାସ ପାଇଛି। ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ଏବେ ୧ ଲକ୍ଷ ୫୪ ହଜାର ୪୨୦ ଟଙ୍କାକୁ ହ୍ରାସ ପାଇଛି। ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୪ ହଜାର ୬ଶହ ଟଙ୍କା କମିଛି। ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ଦର ୧ ଲକ୍ଷ ୪୧ ହଜାର ୫୫୦ ଟଙ୍କାକୁ ଖସିଛି।
ରୁପା କେଜି ପିଛା ୨୦ ହଜାର କମି ହେଲା ୩ ଲକ୍ଷ ଟଙ୍କା। ଗତକାଲି ଉଭୟ ୨୪ ଓ ୨୨ କ୍ୟାରେଟ ସୁନା ଦର ୬ ହଜାରରୁ ଅଧିକ ଟଙ୍କା ବଢିଥିଲା। ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୬ ହଜାର ୬୬୦ ଟଙ୍କା ବୃଦ୍ଧି ହୋଇ ୧ ଲକ୍ଷ ୬୦ ହଜାର ୫୩୦ ଟଙ୍କାରେ ପହଞ୍ଚିଥିଲା।
ସେହିପରି ୨୨ କ୍ୟାରେଟ୍ ସୁନା ଦର ୬ ହଜାର ୫୦ ଟଙ୍କା ବଢି ସୁନା ଦର ୧ ଲକ୍ଷ ୪୭ ହଜାର ୧୫୦ ଟଙ୍କା ହୋଇଥିଲା। ରୁପା କେଜି ପିଛା ୨୦ ହଜାର ବଢ଼ି ୩ ଲକ୍ଷ ୨୦ ହଜାର ଟଙ୍କା ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/05/gold-and-silver-rate-today-2026-02-05-11-46-52.jpg)