Advertisment

Gold Prices Shoot Up: ସୁନା ଦରରେ ନିଆଁ, ହୁ ହୁ ହୋଇ ବଢ଼ୁଛି

ଆଜି ରାଜଧାନୀ ଭୁବନେଶ୍ବରରେ ୧ ଲକ୍ଷ ୧୩ ହଜାର ଟଙ୍କା ପାର ହୋଇଛି ୨୨ କ୍ୟାରେଟ୍ ସୁନା ଭରି। ସେହିଭଳି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୧ ଲକ୍ଷ ୪୦ ହଜାରରେ ପହଞ୍ଚିଛି।

Gold

Gold Photograph: (OTV)

Advertisment

ସୁନା ଭାଉ ବୃଦ୍ଧି ଟ୍ରେଣ୍ଡରେ ନୋ ବ୍ରେକ୍। ବେଲଗାମ୍ ସୁନା ଦରରେ ସତେ ଯେମିତି ଲାଗିଛି ନିଆଁ। ଆଜି ରାଜଧାନୀ ଭୁବନେଶ୍ବରରେ ୧ ଲକ୍ଷ ୧୩ ହଜାର ଟଙ୍କା ପାର ହୋଇଛି ୨୨ କ୍ୟାରେଟ୍ ସୁନା ଭରି। ସେହିଭଳି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୧ ଲକ୍ଷ ୨୪ ହଜାରରେ ପହଞ୍ଚିଛି। ସୂଚନା ଅନୁସାରେ, ଗଲା ୧୦ ଦିନ ଭିତରେ ସୁନା ଭାଉ ୧୩ ହଜାର ଟଙ୍କା ବଢ଼ିଛି। ସେପଟେ ଖାଲି ସୁନା ନୁହେଁ ରୁପା ଦର ବି ଢେର ଉପରମୁହାଁ। ଗତ ୧୦ ଦିନରେ ରୁପା ବି ୧୦ ହଜାରରୁ ଅଧିକ ବଢ଼ିଛି। ୨୦୨୦ରେ ଯେଉଁ ରୁପା କିଲୋ ପିଛା ୪୦ ହଜାର ୫୦୦ ଟଙ୍କା ଥିଲା, ଆଜି ତାହା ୧ ଲକ୍ଷ ୬୦ ହଜାରକୁ ପାର କରିଛି।...

Advertisment

ଆହୁରି ମହଙ୍ଗା ହେଲା ସୁନା । ସର୍ବକାଳୀନ ରେକର୍ଡ ସ୍ତର ଡେଇଁଲା ୟେଲୋ ମେଟାଲ୍ ।ଗତକାଲି ଦିନକରେ ପାର ହୋଇଥିଲା ୧୨୮୦ ଟଙ୍କା ।ଗତ ତିନିମାସ ଭିତରେ ସୁନା ୧୦ ଗ୍ରାମକୁ ଲକ୍ଷେ ଟଙ୍କା ପାର ହୋଇଥିବା ବେଳେ ଉଭୟ ସୁନା ଓ ରୂପା ବୃଦ୍ଧି ଧାରା ଜାରି ରହିଛି । ଆଜି ସୁନା ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ।

ସୁନା ୧୦ ଗ୍ରାମକୁ ୧ଲକ୍ଷ ୨୦ ହଜାର ଟଙ୍କା ପାର ହୋଇଥିବା ବେଳେ ସୁନା ସହ ତାଳକୁ ତାଳ ମିଳାଇ ରୁପା ଦର ବି କିଲୋଗ୍ରାମ ପିଛା ୧ ଲକ୍ଷ ୬୭ ହଜାର ଟଙ୍କାକୁ ଛୁଇଁଛି । ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ  ଗତକାଲି୧୨୮୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧୧ଶହ ଟଙ୍କା ବୃଦ୍ଧି ପାଇଥିଲା । 

Advertisment

ସେପଟେ ସୁନା ଦର ବଢିବା ଦେଖି ଛାନିଆ ଗ୍ରାହକ । କିଏ ଧନତେରାସ ତ ଆଉ କିଏ ଝିଅ ବାହାଘର ପାଇଁ ଏବେଠାରୁ ଚିନ୍ତାକରି ସୁନା କିଣିବାକୁ ବାଧ୍ୟ ହୋଇଛନ୍ତି । ତେଣୁ ଏବେଠାରୁ ଅଗ୍ରିମ ବୁକିଂ କଲେଣି ଗ୍ରାହକ ।     
ଆଗକୁ ଧନତେରାସ ଏବଂ ଦୀପାବଳୀ ଥିବାରୁ ଏଭଳି ଧାରା ଜାରି ରହିଲେ ସୁନା ଦେଢ ଲକ୍ଷ ଛୁଇଁପାରେ  ବୋଲି ଅନୁମାନ କଲେଣି ବ୍ୟବସାୟୀ । ବଜାର ବିଶେଷଜ୍ଞଙ୍କ କହିବା କଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍  ନୀତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି । ଏଭଳି ସ୍ଥିତିରେ ବାଣିଜ୍ୟ ଯୁଦ୍ଧ ଡରରେ ଭାରତ, ଚାଇନା ସହ କିଛି ଆଫ୍ରିକୀୟ ଦେଶ ସୁନାକୁ ସୁରକ୍ଷିତ ମଣି ଏଥିରେ ଅଧିକ ନିବେଶ କରୁଛନ୍ତି । 

Silver Price Gold Price Gold
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ