Advertisment

Gold And Silver Price: ପୁଣି ଖସିଲା ସୁନା, ରୁପା, ଜାଣନ୍ତୁ ଆଜି କେତେ ଅଛି ଦର

ପୁଣି ଥରେ ଖସିଲା ସୁନା, ରୁପା ଦର। ଲଗାତାର କିଛି ଦିନ ଧରି ଲଗାତାର ଖସୁଛି ସୁନା ଓ ରୁପା ଦର। ଆଜି ମଧ୍ୟ ସୁନା ଦରରେ ବେଶ୍ ପରିବର୍ତ୍ତନ ହୋଇଛି। ରୁପା କେଜି ପିଛା ୨୦ ହଜାର ଟଙ୍କା କମିଛି।

Gold And Silver Rate

Gold And Silver Rate Photograph: (OTV)

Advertisment

ପୁଣି ଥରେ ଖସିଲା ସୁନା, ରୁପା ଦର। ଲଗାତାର କିଛି ଦିନ ଧରି ଲଗାତାର ଖସୁଛି ସୁନା ଓ ରୁପା ଦର। ଆଜି ମଧ୍ୟ ସୁନା ଦରରେ ବେଶ୍ ପରିବର୍ତ୍ତନ ହୋଇଛି। ୨୪ କ୍ୟାରେଟ୍ ସୁନା ଦର ୧୪୨୦ ଟଙ୍କା ଖସିଛି। ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୫୧ ହଜାର ୭୫୦ ଟଙ୍କା ହୋଇଛି। 

Advertisment

ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୩୦୦ ଟଙ୍କା ହ୍ରାସ ହୋଇଛି। ୧୦ ଗ୍ରାମ୍  ପିଛା ୨୨ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୩୯ ହଜାର ୧୦୦ ଟଙ୍କା ରହିଛି। ୧୮ କ୍ୟାରେଟ୍ ସୁନା ଦର ୧୦୭୦ ଟଙ୍କା କମି ୧ ଲକ୍ଷ ୧୩ ହଜାର ୮୧୦ ଟଙ୍କା ହୋଇଛି। 

ଅନ୍ୟପଟେ ରୁପା କେଜି ପିଛା ୨୦ ହଜାର ହ୍ରାସ ପାଇ ହୋଇଛି ୨ ଲକ୍ଷ ୮୦ ହଜାର ଟଙ୍କା।

Gold And Silver Prices Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ