Advertisment

ICMRର ନୂଆ ନିୟମ ! ଥରେ RTPCR ଟେଷ୍ଟ ହେଲେ ଆଉ ଦ୍ୱିତୀୟ ଥର ହେବନି..

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିଚାଲିଥିବା ବେଳେ ପ୍ରତ୍ୟେକ ଦିନ ସଂକ୍ରମଣ ସଂଖ୍ୟା ରେକର୍ଡ କରୁଛି। ଏହାରି ଭିତରେ ଟୀକାକରଣ ଏବଂ କରୋନା ଟେଷ୍ଟିଂ ଅଭିଯାନ ମଧ୍ୟ ଚାଲୁ ରହିଛି। ତେବେ RTPCR ପକ୍ଷରୁ ଏବେ ଏକ ନୂଆ…

ICMRର ନୂଆ ନିୟମ ! ଥରେ RTPCR ଟେଷ୍ଟ ହେଲେ ଆଉ ଦ୍ୱିତୀୟ ଥର ହେବନି..

testing

Advertisment

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିଚାଲିଥିବା ବେଳେ ପ୍ରତ୍ୟେକ ଦିନ ସଂକ୍ରମଣ ସଂଖ୍ୟା ରେକର୍ଡ କରୁଛି। ଏହାରି ଭିତରେ ଟୀକାକରଣ ଏବଂ କରୋନା ଟେଷ୍ଟିଂ ଅଭିଯାନ ମଧ୍ୟ ଚାଲୁ ରହିଛି। ତେବେ RTPCR ପକ୍ଷରୁ ଏବେ ଏକ ନୂଆ ଆଡଭାଇଜରୀ ଜାରି କରାଯାଇଛି। ଏଥିରେ RTPCR ଟେଷ୍ଟିଂ ସଂଖ୍ୟା କମ କରିବା ସହ ଆଣ୍ଟିଜେନ ଟେଷ୍ଟିଂ ସଂଖ୍ୟାକୁ ବୃଦ୍ଧି କରିବା ପାଇଁ ପରାମର୍ଶ ଦିଆଯାଇଛି। କାରଣ RTPCR ଟେଷ୍ଟିଂ ସଂଖ୍ୟା ଯେତେ ଅଧିକ ହେଉଛି, ଲ୍ୟାବ୍‌ରେ କାମ କରୁଥିବା ଷ୍ଟାଫ୍ ମାନଙ୍କ ଉପରେ ସେତେ ଅଧିକ ଚାପ ପଡ଼ୁଛି । ଏହା ପଛରେ ମଧ୍ୟ ଏକ ବଡ଼ କାରଣ ରହିଛି । ଆଉ ତାହା ହେଉଛି ଯେ, ଲ୍ୟାବର ଅନେକ ଷ୍ଟାଫ୍ ଏବେ କରୋନା ସଂକ୍ରମିତ ହୋଇସାରିଛନ୍ତି । ତେଣୁ ଲ୍ୟାବ୍‌ରେ ଚାପ କମାଇବା ପାଇଁ RTPCR ଟେଷ୍ଟିଂ ବଦଳରେ ଆଣ୍ଟିଜେନ ଟେଷ୍ଟିଂକୁ ଗୁରୁତ୍ୱ ଦେବାକୁ କୁହାଯାଇଛି ।

Advertisment

ଆଇସିଏମଆର କ’ଣ କହିଛି ?

୧. ଯେଉଁମାନଙ୍କର RTPCR କିମ୍ବା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ପରୀକ୍ଷଣରେ ପଜିଟିଭ ଚିହ୍ନଟ ହୋଇଛି । ସେମାନଙ୍କର ପୁଣି ଥରେ RTPCR ପରୀକ୍ଷା କରାଯିବା ଆବଶ୍ୟକ ନାହିଁ ।

୨. ଡାକ୍ତରଖାନାଗୁଡ଼ିକରେ କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ଛୁଟିରେ ଥିବା ରୋଗୀଙ୍କୁ ପୁଣି ପରୀକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ ।

Advertisment

୩. ଲ୍ୟାବ୍‌ଗୁଡିକରେ ଚାପ କମାଇବାକୁ ହେଲେ, ଆନ୍ତଃରାଜ୍ୟ ଭ୍ରମଣ କରୁଥିବା ସୁସ୍ଥ ଲୋକଙ୍କ ବାଧ୍ୟତାମୂଳକ ଭାବେ RTPCR ପରୀକ୍ଷାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ହେବ ।

୪.ଫ୍ଲୁ କିମ୍ବା କୋଭିଡ୍ ୧୯ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ଅନାବଶ୍ୟକ ଯାତ୍ରା ଏବଂ ଆନ୍ତଃରାଜ୍ୟ ଭ୍ରମଣରୁ ଦୂରେଇ ରହିବା ଉଚିତ୍ । ଏହା ସଂକ୍ରମଣ ବୃଦ୍ଧିକୁ ହ୍ରାସ କରିବ ।

Advertisment

୫. କରୋନା ଲକ୍ଷଣହୀନ ଲୋକଙ୍କୁ ଯାତ୍ରା ସମୟରେ କୋଭିଡ ଗାଇଡଲାଇନ ଅନୁସରଣ କରିବାକୁ ପଡିବ ।

୬. ମୋବାଇଲ୍ ସିଷ୍ଟମ୍ ମାଧ୍ୟମରେ RTPCR ପରୀକ୍ଷାକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟମାନଙ୍କୁ ଉତ୍ସାହିତ କରାଯାଉଛି ।

ରାପିଡ୍‌ ଆଣ୍ଟିଜେନ୍ ଟେଷ୍ଟ ଫାଇଦାଯୁକ୍ତ

ଆଇସିଏମଆର ଏହାର ନୂଆ ବିଜ୍ଞପ୍ତିରେ କହିଛି ଯେ, କରୋନା ପରୀକ୍ଷା ପାଇଁ ଜୁନ୍ ୨୦୨୦ରେ ରାପିଡ୍‌ ଆଣ୍ଟିଜେନ୍ ଟେଷ୍ଟିଂ ପଦ୍ଧତିକୁ ଗୁରୁତ୍ୱ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଏହା କେବଳ କିଛି କଣ୍ଟେନମେଣ୍ଟ ଜୋନ୍ ଏବଂ କିଛି ସ୍ୱାସ୍ଥ୍ୟ କେନ୍ଦ୍ରରେ ସୀମିତ ରହିଯାଇଛି । ଏହି ପରୀକ୍ଷଣର ଫାଇଦା ହେଉଛି ମାତ୍ର ୧୫ ରୁ ୨୦ ମିନିଟ୍ ମଧ୍ୟରେ କରୋନା ସଂକ୍ରମିତ ଚିହ୍ନଟ ହୋଇପାରୁଛନ୍ତି । ଏମିତିରେ ରୋଗୀ ଶୀଘ୍ର ସୁସ୍ଥ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ