ସ୍ୱାସ୍ଥ୍ୟ ସମସ୍ୟା ଉପନ୍ନ ହୋଇପାରେ। ଆପଣ ଟିକେ ଆଳସ୍ୟ ଅନୁଭବ କରିବେ। ନୂତନ ଭାବରେ ଆରମ୍ଭ କରୁଥିବା କାର୍ଯ୍ୟରେ ବ୍ୟସ୍ତ ରହିବେ। ଅପେକ୍ଷା କରୁଥିବା ବନ୍ଧୁଙ୍କୁ ନପାଇ ବ୍ୟସ୍ତ ହୋଇ ପଡ଼ିବେ। ଯେତେ ଚେଷ୍ଟା କରିଲେ ମଧ୍ୟ ପରିଶ୍ରମ ମୁତାବକ କମ୍ ଫଳ ପାଇବେ।
ଶାରିରୀକ ଭଲ ନ ରହିଲେ ମଧ୍ୟ ଅନ୍ୟ ସମସ୍ତ କର୍ମରେ ଶୁଭଫଳ ପାଇବେ। ପ୍ରେମିକ ପ୍ରେମିକା ମାନେ ବିଶ୍ୱାସ ଭାଜନ ହେବେ। ନୂଆ ଲୋକଙ୍କ ସହ ସାକ୍ଷାତରେ ଆପଣଙ୍କୁ ଲାଭ ହେବ। ଘରର ବାତାବରଣ ଶାନ୍ତିମୟ ରହିବ। ରାଜନୀତିରେ ନିଜକୁ ଦୃଢ ରଖିବେ। ଛାତ୍ରଛାତ୍ରୀ ମାନେ ଉତ୍ତମ ଫଳ ପ୍ରଦର୍ଶନ କରିବେ। କୌଣସି ବିଶେଷ ଖବର ମିଳିବାର ଯୋଗ ଅଛି। ଡାକ୍ତରୀ ଛାତ୍ରୀ କିଛି ନୂଆ ଶିଖିବେ। ଆଇନ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂର ହେବ। ନୂତନ ବାହନ ଆଦି ପ୍ରାପ୍ତି ହେବାର ଯୋଗ ଅଛି। ମହିଳାମାନେ ଅଚାନକ କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ ।
ପ୍ରତିକାର – ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬