ସ୍ୱାସ୍ଥ୍ୟ ସମସ୍ୟା ଉପନ୍ନ ହୋଇପାରେ। ଆପଣ ଟିକେ ଆଳସ୍ୟ ଅନୁଭବ କରିବେ। ନୂତନ ଭାବରେ ଆରମ୍ଭ କରୁଥିବା କାର୍ଯ୍ୟରେ ବ୍ୟସ୍ତ ରହିବେ। ଅପେକ୍ଷା କରୁଥିବା ବନ୍ଧୁଙ୍କୁ ନପାଇ ବ୍ୟସ୍ତ ହୋଇ ପଡ଼ିବେ। ଯେତେ ଚେଷ୍ଟା କରିଲେ ମଧ୍ୟ ପରିଶ୍ରମ ମୁତାବକ କମ୍ ଫଳ ପାଇବେ।
ଆପଣଙ୍କ ସ୍ୱଭାବ ଟିକେ କୋମଳ କରନ୍ତୁ । ପିଲାମାନଙ୍କ ସହିତ ହସଖୁସିରେ ସମୟ ବିତାଇବେ। ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ। ଭାଇ-ବନ୍ଧୁଙ୍କ ସହିତ ସମ୍ପର୍କ ଭଲ ରହିବ। ନୂଆ କାମ ପାଇଁ ପ୍ଲାନିଙ୍ଗ କରି ପାରନ୍ତି , ଯାହା ଆପଣଙ୍କୁ ସଫଳତା ଆଣିଦେବ। ପୂରା ସମୟ ଆନନ୍ଦ ଦାୟକ ରହିବ ଏବଂ ଚିନ୍ତା ମୁକ୍ତ ରହିବେ। ଲୋକମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ। କୋର୍ଟର ତାରିଖ ସ୍ଥିର ଧାର୍ଯ୍ୟ ହେବ। ମହିଳାମାନେ କର୍ମତତ୍ପର ରହିବେ। ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି। ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ ରହିବ।
ପ୍ରତିକାର - ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫