ସ୍ୱାସ୍ଥ୍ୟ ସମସ୍ୟା ଉପନ୍ନ ହୋଇପାରେ। ଆପଣ ଟିକେ ଆଳସ୍ୟ ଅନୁଭବ କରିବେ। ନୂତନ ଭାବରେ ଆରମ୍ଭ କରୁଥିବା କାର୍ଯ୍ୟରେ ବ୍ୟସ୍ତ ରହିବେ। ଅପେକ୍ଷା କରୁଥିବା ବନ୍ଧୁଙ୍କୁ ନପାଇ ବ୍ୟସ୍ତ ହୋଇ ପଡ଼ିବେ। ଯେତେ ଚେଷ୍ଟା କରିଲେ ମଧ୍ୟ ପରିଶ୍ରମ ମୁତାବକ କମ୍ ଫଳ ପାଇବେ।
ପେଟ ସମସ୍ୟା ପ୍ରତି ସାବଧାନ ରହିବା ଆବଶ୍ୟକ। କର୍ମକ୍ଷେତ୍ରରେ ଶତ୍ରୁମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ। ରାଜନୀତିରେ ଅନେକ ମହତ୍ତପୂର୍ଣ୍ଣ ନିର୍ଣ୍ଣୟ ନେବେ ଯାହାକି ସମ୍ଭବ ହେବ ନାହିଁ । ଶିକ୍ଷାକ୍ଷେତ୍ରରେ ମନୋବାଞ୍ଝିତ ସ୍ଥାନରେ ପଢିବାର ସୁଯୋଗ ପାଇବେ। ବିଶେଷ ବ୍ୟକ୍ତିଙ୍କଠାରୁ ଶୁଭ ଖବର ପାଇବେ। ବିଦ୍ୟାର୍ଥୀମାନେ ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରିବେ। ମହିଳାମାନେ ଅଳଙ୍କାରମାନ କ୍ରୟ କରି ପାରନ୍ତି। କିଣାବିକା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫