ବ୍ୟବସାୟୀମାନେ ସେମାନଙ୍କ ପରିବାରର ସଦସ୍ୟଙ୍କଠାରୁ ଦୂରରେ ରହିବେ । କର୍ମକ୍ଷେତ୍ରରେ କିଛି ନୂତନ କାମ ସୃଷ୍ଟି କରିବା ସକଶେ ଚିନ୍ତା କରି ପାରନ୍ତି। ଜାଣନ୍ତୁ, ଏହି ସପ୍ତାହରେ କେଉଁ ରାଶିରେ କ’ଣ ରହିଛି ଓ ଏହାର ପ୍ରତିକାର
ଅନ୍ୟମାନଙ୍କ ସହିତ ସୁଖ ବାଣ୍ଟି ମନ ପ୍ରଫୁଲ୍ଲିତ ରହିବ । ପାରିବାରିକ ସ୍ନେହ ଶ୍ରଦ୍ଧା ଓ ଆଦର ମଧ୍ୟରେ ନିଜକୁ ହଜାଇ ଦେଇପାରନ୍ତି। କୌଣସି ନୂତନ କାମ ଆରମ୍ଭ ସକାଶେ ବ୍ୟୟ ଅଟକଳ କରିପାରନ୍ତି। ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ, ଛୋଟ ଦୋକାନରୁ ସୁଫଳ ମିଳିବ। ଆନୁଷ୍ଠାନିକ କାମରେ ପ୍ରସ୍ତୁତି ସରିବ ଓ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ଆକସ୍ମିକ ଦୂରଯାତ୍ରା ସାଙ୍ଗକୁ ବ୍ୟୟବହୁଳତା ମାନସିକ ଯନ୍ତ୍ରଣାର କାରଣ ହେବ। କୌଣସି କାମ ସୁବିଧାରେ ନ ହେବାରୁ ମନ ଭଲ ରହିବ ନାହିଁ।
ପ୍ରତିକାର- “ଓଁ ହ୍ଲୀଂ ହ୍ଲୀଂ ସୂର୍ୟ୍ୟାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧