ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ବୁଧବାର ଚନ୍ଦ୍ର – ମେଷ ଅହୋରାତ୍ର, ତିଥି - ୯ମୀ ରାତ୍ରି ୦୪.୧୧ ଗତେ ୧୦ମୀ, ଘାତ ଚନ୍ଦ୍ର – ମେଷ ପ୍ରାତଃ ୦୭.୪୩ ଗତେ ବିଛ, ଘାତବାର – କର୍କଟ, ପୁଷ୍କର ଦୋଷ – ୧ ପାଦ-କୁଟୁମ୍ବହାନି-ତିଳକାଞନ ଦାନ ରାତ୍ରି ୦୨.୨୯ ପର୍ଯ୍ୟନ୍ତ
ମଘା- ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇପାରେ । ପ୍ରେମିକ ପ୍ରେମିକା ସଂପର୍କ ମଧୁର ରହିବ । ଧର୍ମ ଓ ସାଂସୃତିକ କାର୍ଯ୍ୟରେ ଯୋଗଦାନ କରିବେ । ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ
ପୂ- ଫାଲ୍ଗୁନୀ- ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ । ମନରେ ସାହସ ବାନ୍ଧି କୌଣସି କାମ ଆରମ୍ଭ କରି ପାରିଲେ ଅବଶ୍ୟ ସଫଳତା ପାଇବେ । ଆପଣଙ୍କ ସବୁ ମନୋକାମନା ପୂର୍ଣ୍ଣ ହେବ ।
ଉ- ଫାଲ୍ଗୁନୀ- ଆଜି ଆପଣ ଋଣ ମୁକ୍ତ ହୋଇପାରିବେ । ବିଦ୍ୟାର୍ଥୀ ମାନେ ପଢାରେ ସମ୍ମାନ ମିଳିବା ସହିତ ବିଦେଶା ଗତ ହେବାର ସୁଯୋଗ ରହିଛି । ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧