• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th August 2023: ଏହି ରାଶିର ବ୍ୟକ୍ତି ଅବିବାହିତଙ୍କ ଥିଲେ.. ବିବାହ ପ୍ରସ୍ତାବ ଆସିପାରେ

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୮ ତାରିଖ ସୋମବାର । ଚନ୍ଦ୍ର – ଧନୁ ଦିବା ୧୦.୩୮ ଗତେ ମକର । ତିଥି – ୧୨ଶୀ ସନ୍ଧ୍ୟା ୦୬.୨୩ ଗତେ ୧୩ଶୀ । ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଦିବା ୧୦.୩୮ ଗତେ ସିଂହ । ଘାତ ବାର – ମିଥୁନ । ପୁଷ୍କର ଦୋଷ – ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୨୩ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୨.୪୨ ।

Libra

ତୁଳା

Monday 28 Aug 2023

ଚିତ୍ରା- ବନ୍ଧୁ ବାନ୍ଧବଙ୍କ ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ଫଳରେ ପ୍ରଶଂସା ପାଇବେ ।

ସ୍ୱାତୀ- ସରକାରୀ ଚାକିରିଆ ମାନେ ଅତ୍ୟଧିକ ଚାପରେ ରହିବେ । ରାଜନୀତି କ୍ଷେତ୍ରରେ ଯୋଜନା ମୁତାବକ କାମ କରିଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ ।

ବିଶାଖା- ପ୍ରେମିକା, ପ୍ରେମିକ ମାନଙ୍କ ସମ୍ପର୍କରେ ପରିବର୍ତନ ହୋଇପାରେ । ଅନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି ।

ପ୍ରତିକାର – ଶ୍ରୀ କମଳାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :