ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୩ ତାରିଖ ବୁଧବାର । ଚନ୍ଦ୍ର – ତୁଳା ରାତ୍ରି ୦୨.୫୩ ଗତେ ବିଛା । ତିଥି – ୭ମୀ ରାତ୍ରି ୦୩.୩୧ ଗତେ ୮ମୀ । ଘାତ ଚନ୍ଦ୍ର – ନାସ୍ତି । ଘାତ ବାର – କର୍କଟ । ପୁଷ୍କର ଦୋଷ – ୧ ପାଦ-ପଶୁ ସମ୍ପଦ । ନାଶ-ଅନ୍ନ ଦାନ ଦିବା ୦୮.୦୭ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୩.୩୧ ଗତେ ୧ ପାଦ-କୁଟୁମ୍ବ ହାନି - ତିଳକାଞ୍ଚନ ଦାନ ।
ଉ- ଫାଲ୍ଗୁନୀ- ନିଜ ମନରେ ନୂଆ ନୂଆ ବିଚାର ଆସିପାରେ । ବ୍ୟବସାୟ ସଂପୂର୍ଣ୍ଣ କ୍ଷତିରେ ଚାଲିପାରନ୍ତି । ଶାରିରୀକ ଦୁର୍ବଳତା ଦେଖାଦେବ । ପାରିବାରିକ ଜୀବନରେ ପତ୍ନୀପିଡା ସହ ସନ୍ତାନ ଲାଭର ଯୋଗ ରହିଛି ।
ହସ୍ତା- ବିଦ୍ୟାର୍ଥୀ ମାନେ କିଛି ସଫଳତା ପାଇପାରନ୍ତି । ସରକାରୀ କାମରେ ସଫଳତା ପାଇବେ । ଅଧିକ କ୍ରୋଧ କରି ନିଜର କ୍ଷତି କରିପାରନ୍ତି । ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେବେ ।
ଚିତ୍ରା- ମାଲିମକନ୍ଦମାରେ ସଫଳତା ହାସଲ କରିବେ । ମହିଳା ମାନେ ଆନନ୍ଦରେ ସମୟ ଅତିବାହିତ କରିବେ । ଲୋକେ ଆପଣଙ୍କ ବ୍ୟକ୍ତିତକୁ ପ୍ରେରଣା ଦେବେ ।
ପ୍ରତିକାର – ସୂର୍ଯ୍ୟଙ୍କୁ ଜଳଦାନ କରି ଦିନ ଆରମ୍ଭ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫