ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର । ଚନ୍ଦ୍ର – ମେଷ ଅହୋରାତ୍ର । ତିଥି – ଅମାବାସ୍ୟା ଦିବା ୦୯.୪୨ ଗତେ ପ୍ରତିପଦ । ଘାତ ଚନ୍ଦ୍ର – ମେଷ ଅହୋରାତ୍ର । ଘାତ ବାର – ତୁଳା ଓ କୁମ୍ଭ । ପୁଷ୍କର ଦୋଷ – ନାସ୍ତି ।
ବିଶାଖା- ଶାରୀରିକ ସମସ୍ୟାକୁ ଅଣଦେଖା କରିବା ଦ୍ୱାରା ସ୍ୱାସ୍ଥ୍ୟଜନିତ ସମସ୍ୟା ବଢିପାରେ । ଆବଶ୍ୟକତାରୁ ଅଧିକ କହିବା ଅହିତକର ହୋଇପାରେ । ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ ।
ଅନୁରାଧା- ପରିବାରରେ କୌଣସି ଗୁରୁଦାୟିତ୍ୱ ତୁଲାଇବେ । କାର୍ଯ୍ୟ ଉପରେ ଆଧାର କରି ଏକ ଭଲ ପଦୋନ୍ନତି ଏବଂ ବେତନ ବୃଦ୍ଧି ହୋଇପାରେ ।
ଜ୍ୟୋଷ୍ଠା- ନିଜ ମାଲିକାନାରେ ଥିବା ସମ୍ପତିକୁ ହସ୍ତାନ୍ତର କରିପାରନ୍ତି । ଆପଣ ଅଧ୍ୟୟନ କରିବାକୁ ବହୁତ ଆଗ୍ରହୀ ହେବେ । ନିଜ ମନରେ ନାକାରତ୍ମକ ଚିନ୍ତାକୁ ଆସିବାକୁ ଦିଅନ୍ତୁ ନାହିଁ
ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯