• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th September 2023 : ଏହି ରାଶିର ବ୍ୟକ୍ତି ଭୁଲରେ ବି ମଧ୍ୟସ୍ତି ସାଜନ୍ତୁ ନାହିଁ..ନହେଲେ.

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ଗୁରୁବାର । ଚନ୍ଦ୍ର - ବୃଷ ରାତ୍ରି ୧୧.୧୩ ଗତେ ମିଥୁନ । ତିଥି – ୮ମୀ ଦିବା ୦୪.୧୪ ଗତେ ୯ମୀ । ଘାତ ଚନ୍ଦ୍ର- ବିଛା ରାଶିର , ରାତ୍ରି ୧୧.୧୩ ଗତେ କନ୍ୟା । ଘାତ ବାର – ତୁଳା ଓ କୁମ୍ଭ । ପୁଷ୍କର ଦୋଷ – ନାସ୍ତି ।

Cancer

କର୍କଟ

Thursday 07 Sep 2023

ପୁନର୍ବସୁ- ପୂର୍ବ ଯୋଜନା ଭଣ୍ଡୁର ହୋଇଯିବା ଆଶଙ୍କାରେ ମାନସିକ ଅସ୍ଥିରତା ସୃଷ୍ଟିହେବ। ପରିବାରରେ ମାଙ୍ଗଳିକ କାମ ସକାଶେ ତତ୍ପରତା ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଭାବୁଥିବା କାମଟିକୁ କଷ୍ଟସାଧ୍ୟ ପୁରା କରିବେ ।

ପୁଷ୍ୟା- ରାଜନୈତିକ କ୍ଷେତ୍ରରେ ସମସ୍ୟା ସମାଧାନ କରିପାରିବେ । ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ । ଖର୍ଚ୍ଚ ଉପରେ ଟିକେ ଧ୍ୟାନ ଦିଅନ୍ତୁ । ସାହିତ୍ୟ,କଳା, କ୍ରୀଡା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।

ଅଶ୍ଳେଷା- ଲୋକ ମାନଙ୍କ ସହଯୋଗ ଆପଣଙ୍କ ମନୋବଳକୁ ସୁଦୃଢ କରିବ । ଧର୍ମକାର୍ଯ୍ୟରେ ଅର୍ଥବ୍ୟୟ କରିବେ। ଜମିଜମା,ଗୃହସୀମା, ନିର୍ମାଣ, କୋର୍ଟକଚେରି ମାମଲା କ୍ଷେତ୍ରରେ ସଂକଟ ଜନକ ସ୍ଥିତି ସୃଷ୍ଟି ହେବ।

ପ୍ରତିକାର- ବାପା ମା ଙ୍କ ସେବା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :