• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th October 2023: ଏହି ରାଶିର ବ୍ୟକ୍ତିଙ୍କର ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ ..

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ସୋମବାର । ଚନ୍ଦ୍ର– ତୁଳା ଅହୋରାତ୍ର । ତିଥି- ୨ୟା ରାତ୍ରି ୦୧.୧୩ ଗତେ ୩ୟା । ଘାତଚନ୍ଦ୍ର- ନାସ୍ତି, ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ ଅନ୍ନ ଦାନ ରାତ୍ରି ୦୭.୩୪ ଗତେ ୨ ପାଦ ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୧.୧୩ ଗତେ ୧ପାଦ କୁଟୁମ୍ବହାନି ତିଳକାଞ୍ଚନ ଦାନ ।

Sagittarius

ଧନୁ

Monday 16 Oct 2023

ମୂଳା- ଦୈନଦିନ କାର୍ଯ୍ୟରେ ସଫଳତା ପାଇବେ । ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କଛି ନୂଆ ଯୋଜନା କରିବେ । ଅର୍ଥ ସମ୍ମାନର ଅଭାବ ରହିବ ନାହିଁ ।

ପୂ, ଷାଢା- ରାଜନୀତି କ୍ଷେତ୍ରରେ ଉଚ୍ଚ ପଦବୀ ହାସଲ କରି ପାରନ୍ତି । ଅନ୍ୟର ଭଲ କରିବାକୁ ଯାଇ ଅପମାନିତ । ଅନ୍ୟମାନଙ୍କର କଥା ଓ କାର‌୍ୟ୍ୟକଳାପ ଯୋଗୁ ନିଜକୁ ଅସହାୟ ମନେ କରିବେ ।

ଉ, ଷାଢା- ଘରର ସୀମା ବା ସଂପତ୍ତିକୁ ନେଇ ଆକସ୍ମିକ କଳହ ଲାଗିପାରେ । ମହିଳା ମାନେ ପୂଜା ପାଠରେ ମନୋନିବେଶ କରିବେ । ଛାତ୍ରଛାତ୍ରୀମାନେ ବନ୍ଧୁଙ୍କ ସହଯୋଗରେ ଆଗକୁ ଆଗେଇ ଚାଲିବେ ।

ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :