• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th October 2023: ଏହି ରାଶିର ବ୍ୟକ୍ତିଙ୍କର ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ ..

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ସୋମବାର । ଚନ୍ଦ୍ର– ତୁଳା ଅହୋରାତ୍ର । ତିଥି- ୨ୟା ରାତ୍ରି ୦୧.୧୩ ଗତେ ୩ୟା । ଘାତଚନ୍ଦ୍ର- ନାସ୍ତି, ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ ଅନ୍ନ ଦାନ ରାତ୍ରି ୦୭.୩୪ ଗତେ ୨ ପାଦ ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୧.୧୩ ଗତେ ୧ପାଦ କୁଟୁମ୍ବହାନି ତିଳକାଞ୍ଚନ ଦାନ ।

Scorpio

ବିଛା

Monday 16 Oct 2023

ବିଶାଖା- ବ୍ୟବସାୟରେ ଲାଭବାନ୍ ହେବେ । ସାଂସାରିକ ଜୀବନରେ ଚିନ୍ତିତ ରହିବେ । କର୍ମ କରିବା ଶୈଳୀରେ ପରିବର୍ତ୍ତନ ଆଣିବେ ଓ କର୍ମ ପାଇଁ ସମ୍ମାନିତ ହେବେ । ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ ।

ଅନୁରାଧା- କୌଣସି ସହପାଠୀ ଆପଣଙ୍କର ସାହାଯ୍ୟ ଆଶା କରିପାରନ୍ତି । ଚାକିରିରେ ପଦ ମର୍ଯ୍ୟାଦା ପ୍ରାପ୍ତ ହୋଇପାରେ । ଛାତ୍ରଛାତ୍ରୀମାନେ ମାନସିକ ସ୍ତରରେ ଖୁସି ରହିବେ ।

ଜ୍ୟୋଷ୍ଠା- ବହୁ ଦିନର ମନସ୍କାମନା ପୂରଣ ହେବ । ବ୍ୟସ୍ତତା ଭିତରେ ସମୟ ବିତାଇବେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ କରନ୍ତୁ । ସମ୍ପତି ବୃଦ୍ଧି ହୋଇପାରେ ।

ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :