• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st Nov 2023: ଯୋଡିହେବ ଭାଙ୍ଗି ଯାଇଥିବା ସମ୍ପର୍କ, ଖୋଲିଯିବ ଆୟର ପନ୍ଥା

ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୯ମୀ ରାତ୍ରି ୦୧.୧୦ ଗତେ ୧୦ମୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୮.୦୧ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଛନ ଦାନ ।

Taurus

ବୃଷ

Tuesday 21 Nov 2023

କୃତିକା- ଜୀବନ ସାଥୀ ପରସ୍ପର ପ୍ରତି ଦାୟିତ୍ୱବାନ୍ ରହିବେ । ଆତ୍ମୀୟଙ୍କ ର୍ଦୁବ୍ୟବହାର ଭୋଗିବେ । ନିତ୍ୟକର୍ମରେ ବ୍ୟତିକ୍ରମ ଘଟିପାରେ । ପରିବେଶ ଆନନ୍ଦ ଦାୟକ ହେବ । ଧନ ହେତୁ ଶାନ୍ତି ଅନୁଭବ କରିବେ ।

ରୋହିଣୀ- ପିଲାଦିନର ବନ୍ଧୁଙ୍କ ସହାୟତା ମିଳିପାରେ । ରାଜନୀତିରେ ସମର୍ଥନ ହ୍ରାସ ପାଇପାରିବେ । ଛାତ୍ରଛାତ୍ରୀମାନେ ପଢାରେ ଅବହେଳା କରି ଦୁଃଖ ପ୍ରକାଶ କରିବେ ।

ମୃଗଶିରା- ମଧୁର କଥାରେ ପରକୁ ଆପଣାର କରିପାରନ୍ତି । କଳକାରଖାନା ବ୍ୟବସାୟରେ ଉନ୍ନତି ଘଟିବ । କଠିନ ଶ୍ରମ ଓ ଦୂରଦର୍ଶିତା ସଫଳତାର ପୃଷ୍ଟ ହୋଇପାରେ । କୋର୍ଟ କଚେରୀ ମାମଲା ମାନସିକ ସ୍ଥିତିକୁ ବିଗାଡି ଦେଇପାରେ ।

ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :