• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th February 2023: ସତର୍କରେ ନ ଚହିଲେ, କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ସାମ୍ନା କରିବାକୁ ପଡ଼ିପାରେ

ସୌର ମକର ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ, ବୁଧବାର ଚନ୍ଦ୍ର – ସିଂହ ରାତ୍ରି ୦୨.୪୮ ଗତେ କନ୍ୟା ତିଥି – ୩ୟା ଅହୋରାତ୍ର ଘାତ ଚନ୍ଦ୍ର – କର୍କଟ ଓ ମକର ରାତ୍ରି ୦୨.୪୮ ଗତେ ବୃଷ ଘାତ ବାର- କର୍କଟ ପୁଷ୍କର ଦୋଷ – ରାତ୍ରି ୦୮.୧୪ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ। 

Aries

ମେଷ

Wednesday 08 Feb 2023

ଅଶ୍ୱନୀ- ପାରିବାରିକ ସମସ୍ୟାର ସମାଧାନ ହୋଇଯିବ ।  ବ୍ୟବସାୟ ତଥା ଆଇନ ଅଦାଲତରୁ ସୁଫଳ ପାଇବେ । ଆର୍ଥିକ ସ୍ଥିତି ଭଲ ରହିଥିବାରୁ କାମଗୁଡ଼ିକ ସମ୍ପନ୍ନ କରିବାରେ ଅସୁବିଧା ରହିବ ନାହିଁ ।    
କୃତିକା- ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବା ହେତୁ ସାମୟିକ ଚିନ୍ତା ଉଦ୍ରେକ ହୋଇପାରେ । କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଆଦୃତି ଲାଭ କରିବେ। ରାଜନୈତିକ କ୍ଷେତ୍ରରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। 
ଦ୍ୱିଜା- ପୁରୁଣା ଘର ମରାମତି କରିବା ପାଇଁ ମନସ୍ଥ କରିବେ । ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ତଥା ନିଜ ପରିସରରେ ପ୍ରତିଷ୍ଠିତ ହେବେ । ମହିଳାମାନେ  ପିଲାମାନଙ୍କ ସହ ଖୁସିରେ ସମୟ କଟାଇବେ।

ପ୍ରତିକାର -  ସୂର୍ଯ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ  

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :