ସୌର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୬ ତାରିଖ ଶୁକ୍ରବାର। ଚନ୍ଦ୍ର – ମିଥୁନ ଅହୋରାତ୍ର ତିଥି- ପୂର୍ଣ୍ଣିମା ନିଶାନ୍ତ ୦୪.୩୭ ଗତେ ପ୍ରତିପଦ, ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର, ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ରାତ୍ରି ୧୨.୧୩ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ।
ଅଶ୍ୱନୀ – ଶାରୀରିକ ଅସୁସ୍ଥତା ଅନୁଭବ କରିବେ। କିନ୍ତୁ ସତର୍କ ରହିଲେ ସ୍ୱାସ୍ଥ୍ୟ ଜନିତ ଅବସ୍ଥା ନିୟାନ୍ତ୍ରଣାଧିନ ରହିବ । ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଗୁରୁଜନଙ୍କ ସହମତରେ ଆଗକୁ ବଢିପାରିବେ । ଶାରୀରିକ କଷ୍ଟ ଭୋଗିପାରନ୍ତି ।
ଦ୍ୱିଜା – ବହୁତ ଅଯଥା ଭ୍ରମଣ କରିବାକୁ ପଡିପାରେ । ବ୍ୟବସାୟରେ ସଫଳତା ଅର୍ଜନ କରି ଆଶାତୀତ ଲାଭ ଉଠାଇବେ । କଠିନ ପରିଶ୍ରମ କରି ପଢାରେ ଆଗକୁ ବଢି ପାରିବେ । ସମାଜ ସେବାରେ ସୁନାମ ପାଇବେ ।
କୃତିକା – ପରିବାରର ମାମଲା ଘରେ ହିଁ ସମାଧାନ ହୋଇଯିବ । ମହିଳାମାନେ ଆନନ୍ଦମୟ ମୁହୂର୍ତ୍ତ କାଟିବେ । ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ଦେଖାଦେବ । ନୂତନ ଆୟପନ୍ଥା ପାଇଁ ଚିନ୍ତିତ ରହିବେ ।
ପ୍ରତିକାର - ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯