• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th Feb 2024: ଏହି ରାଶିର ବ୍ୟକ୍ତିଙ୍କୁ ଚାକିରି କ୍ଷେତ୍ରରେ ବଡ଼ ଉପଲବ୍ଧି ମିଳିବ..

ସୈାର ମକର ମାସ ମାଘ କୃଷ୍ଣପକ୍ଷ। ଇଂରାଜୀରେ ୦୬ ତାରିଖ ମଙ୍ଗଳବାର। ଚନ୍ଦ୍ର- ବିଛା ପ୍ରାତଃ ୦୭.୩୪ ଗତେ ଧନୁ, ତିଥି- ୧୧ଶୀ ଦିବା ୦୪.୦୭ ଗତେ ୧୨ଶୀ, ଘାତଚନ୍ଦ୍ର- ପ୍ରାତଃ ୦୭.୩୪ ଗତେ ତୁଳା ଓ କୁମ୍ଭ ରାଶିର, ଘାତବାର- ମକର ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୪.୦୭ ଗତେ ୨ପାଦ -କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

Sagittarius

ଧନୁ

Tuesday 06 Feb 2024

ମୂଳା- ପରିବାରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ଉପୁଜିପାରେ। ପ୍ରତ୍ୟେକ କ୍ଷେତ୍ରରେ ଚେଷ୍ଟା ଅବ୍ୟାହତ ରଖିଲେ ମଧ୍ୟ ପ୍ରତିବନ୍ଧକ ପିଛା ଛାଡିବ ନାହିଁ। କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।

ପୂ,ଷାଢା- ସାଧାରଣ ବ୍ୟତିକ୍ରମକୁ ବାଦ୍ ଦେଲେ ଦିନଟି ମନ୍ଦ ହେବନି । ପଡ଼ୋଶୀ, ଆତ୍ମୀୟସ୍ୱଜନଙ୍କ ଦ୍ୱାରା ସାହାଯ୍ୟ, ସହଯୋଗ ଲାଭର ସୂଚନା ରହିଛି। ନୂତନ ଗୃହୋପକରଣ କ୍ରୟ କରିପାରନ୍ତି।

ଉ,ଷାଢା- ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ ଦୂର ହେବ । ଆତ୍ମୀୟଙ୍କ ଅନାଦରଭାବ, ଅସ୍ଥିରତାଯୁକ୍ତ ନିଷ୍ପତ୍ତି, ମନକୁ ହଲଚଲ କରିପାରେ। ବିଦ୍ୟାର୍ଥୀ ମାନେ ପ୍ରତିଦ୍ୱନ୍ଦିତାରେ ସଫଳ ହେବା ପାଇଁ ଚେଷ୍ଟା କରିବେ।

ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :